oom

ଦେବଦୂତ ସାଜିଲା ୧୦୮ ଆମ୍ବୁଲାନ୍ସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରକାନ୍ଥ ପଡ଼ି ଜଣେ ଗୁରୁତରଙ୍କୁ ଉଦ୍ଧାର କଲେ ଆମ୍ବୁଲାନ୍ସ କର୍ମଚାରୀ । ବଲାଙ୍ଗିର ଜିଲ୍ଲା ଟିକ୍ରାପଡା ଥାନା ଅନ୍ତର୍ଗତ ଟିକ୍ରାପଡା ଗ୍ରାମରେ ଏଭଳି ଏକ ଘଟଣା ଘଟିଛି । ଆହତ ବ୍ୟକ୍ତି ଜଣକ ଟିକ୍ରାପଡା ଗ୍ରାମର ନକୁଳ ବୁଡେକ୍(୫୫) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ନକୁଳ ଗତକାଲି ମଧ୍ୟାହ୍ନ ୧୨ଟା ସମୟରେ ତାଙ୍କ ଘର ବାରିପଟକୁ ପରିସ୍ରା କରିବାକୁ ଯାଉଥିଲେ । ଏହି ସମୟରେ ହଠାତ୍ ମାଟି କାନ୍ଥ ଭୁଶୁଡି ପଡିଥିଲା । ଯାହା ଫଳରେ ନକୁଳଙ୍କର ଗୋଡ଼ ଓ ହାତ ଭାଙ୍ଗି ଯାଇଛି । ନକୁଳଙ୍କର ସନ୍ତାନ ସନ୍ତତି କେହି ନଥିବାବେଳେ ବୃଦ୍ଧ ଜଣକ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ । ଏନେଇ ଖବର ପାଇବା ପରେ ୧୦୮ର କ୍ଲଷ୍ଟର ଲିଡର୍‌ କୁମାର ଗୌରବ ରଥଙ୍କ ନିର୍ଦ୍ଦେଶ କ୍ରମେ ଆମ୍ବୁଲାନ୍ସ କର୍ମଚାରୀ ସୁଦାମ ଚରଣ ଖେତି ପାଇଲଟ, ଆକାଶ ପ୍ରଧାନ ଇଏମ୍‌ଟି, ରଥୀ ପାଣ୍ଡେ ହେଲପର ଏମାନେ ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲକୁ ଆଣିଥିଲେ । ସେଠାରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.