ନୃସିଂହନାଥ ଦାନ ବାକ୍ସ ଚୋରି ଘଟଣାରେ ଜଣେ ଅଭିଯୁକ୍ତ କୋର୍ଟ ଚାଲଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ମାସ ୨୩ ତାରିଖ ରାତ୍ରରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ଦାନ ବାକ୍ସ ଚୋରି ଘଟଣାରେ ପାଇକମାଲ ପୋଲିସ ଜଣେ ଅଭିଯୁକ୍ତକୁ ବୁଧବାର କୋର୍ଟ ଚାଲଣ କରିଛନ୍ତି । ଅଭିଯୁକ୍ତ ବରଗଡ ଜିଲ୍ଲା ପ୍ରଧାନପାଲିର ସୁଶାନ୍ତ ପ୍ରଧାନ (୪୦)କୁ ବୁଡେନ ଥାନା ଦହିଗାଁରୁ ଗିରଫ କରିଥିଲା ପାଇକମାଲ ପୋଲିସ । ସୁଶାନ୍ତ ଠାରୁ ୫ ହଜାର ଟଙ୍କା ଉଦ୍ଧାର କରିଥିବା ବେଳେ ତାଙ୍କୁ ଆଜି ଅପରାହ୍ନରେ ପଦ୍ମପୁର କୋର୍ଟରେ ହାଜର କରା ଯାଇଥିଲା । ବେଲ ନାମଞ୍ଜୁର ହେବାରୁ ପଦ୍ମପୁର ଜେଲକୁ ପଠାଇ ଦିଆଯାଇଛି । ଏହି କେସରେ ଆହୁରି ଏକାଧିକ ଲୋକ ଚୋରି ଘଟଣାରେ ସମ୍ପୃକ୍ତ ଥିବା ନେଇ ପୋଲିସ କହିଥିବା ବେଳେ ତଦନ୍ତ ଜାରି ରହିଛି ବୋଲି ପାଇକମାଲ ଥାନା ଆଇଆଇସି ସୁଶାନ୍ତ କୁମାର ବଢେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.