ଦକ୍ଷ ହକି ଖେଳାଳୀ ସୃଷ୍ଟି ପାଇଁ ଉଦ୍ୟମ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲାର ହକି ଖେଳାଳୀମାନଙ୍କୁ ଉତ୍ସାହିତ କରି ପ୍ରତିଭାବାନ ଦକ୍ଷ ଖେଳାଳି ସୃଷ୍ଟି କରିବା ପାଇଁ ଯୁଯୁମୁରା ହାଇସ୍କୁଲ ପଡ଼ିଆରେ ହକି ଟର୍ଫ୍ ବିଛାଇବା କାମ ଚାଲିଛି । କେନ୍ଦ୍ର ସରକାରଙ୍କ ୱାର୍କିଂ ଏଜେନ୍ସି ୱାଫକ୍ସ ଦ୍ଵାରା ଏହି କାର୍ୟ୍ୟ କରାଯାଉଛି । ଏହାର ଅନୁଧ୍ୟାନ ପାଇଁ ମୁଖ୍ୟଯନ୍ତ୍ରୀ ଲଳିତ ମହାନ୍ତିଙ୍କ ସହ ଏକ ବିଶେଷଜ୍ଞ କମିଟି ଆସିଥିଲେ । କାମର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠଯାଇଥିବା ଜଣା ଯାଇଛି । ଉନ୍ନତ ମାନର କାର୍ୟ୍ୟ ନିରୀକ୍ଷଣ ପାଇଁ ୧୩ ଜଣିଆ ଏକ କମିଟି ଗଠନ କରାଯାଇଛି ।
ସୂଚନାଯୋଗ୍ୟ ଯେ, କେବଳ ଯୁଯୁମୁରା ବ୍ଲକରେ ୬୫ରୁ ଅଧିକ ପୁରୁଷ ଓ ମହିଳା ହକି ଦଳ ଅଛନ୍ତି । ସେମାନଙ୍କ ପାଇଁ କୌଣସି ସରକାରୀ ପ୍ରୋତ୍ସାହନ ନ ଥିଲା । ଏପରିକି ହାତ ନିର୍ମିତ ବାଡି ଧରି ବିନା ଜୋତାରେ ଖେଳୁଥିଲେ । ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ପ୍ରଚେଷ୍ଟାରେ ଯୋଜନାବଦ୍ଧ ଭାବେ ହକି ଖେଳର ବିକାଶ ପାଇଁ କାର୍ୟ୍ୟକ୍ରମ ଜାରି ରହିଛି ।

Leave A Reply

Your email address will not be published.