pr

ପୁଣି ସାମ୍‌ନାକୁ ଆସିଲା ଦାଦନ ଦୁଃଖ : ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଗୁହାରୀ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଦହିତା ଗ୍ରାମ ପଞ୍ଚାୟତ ବ୍ରାହ୍ମଣଡିହ ଗ୍ରାମର କେତେକ ପରିବାର ତେଲେଙ୍ଗାନା ଜିଲ୍ଲା ମହବୁବନଗର, ଥାନା ଝଡପଲ୍ଲା, ଗ୍ରାମ ମଛରମ ଗ୍ରାମକୁ ଯାଇ ଇଟାଭାଟିରେ ଇଟା ଗଢିବାକୁ ଯାଇ ଅକଥନୀୟ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ତେଣୁ ସେମାନଙ୍କୁ ଉଦ୍ଧାର କରିବାକୁ ସେହି ଗ୍ରାମର ଶେଷଦେବ ବାରିକ ପଦ୍ମପୁର ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବାଘଗୁଡା ଗ୍ରାମର ସର୍ଦ୍ଧାର ଶଙ୍କର ବିଭାର ବାହ୍ମଣଡିହ ଗ୍ରାମର କେତେକ ପରିବାରକୁ ଟଙ୍କାର ପ୍ରଲୋଭନ ଦେଖାଇ ଇଟାଗଢିବାକୁ ତେଲେଙ୍ଗାନା ରାଜ୍ୟକୁ ନେଇ ଯାଇଥିଲା । ଶ୍ରମିକମାନେ ସେଠାରେ କୋଡିଏ ଦିନ କାମକଲା ପରେ ଇଟାଭାଟିର ମାଲିକ ମାନଦାଦୀ ମାଧବ ରାଓଙ୍କୁ ରାସନ କିଣିବା ପାଇଁ ଟଙ୍କା ମାଗିଥିଲେ । ମାତ୍ର ଇଟାଭାଟିର ମାଲିକ ସେମାନଙ୍କୁ ଟଙ୍କା ନଦେଇ ମାରପିଟ କରି ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ଚାଲିଲା । ଶେଷଦେବ ବାରିକ ପ୍ରକାଶ କରିଛନ୍ତି ଯେ, ତାଙ୍କର ଦେଢ ବର୍ଷର ଶିଶୁକନ୍ୟା ଜରରେ ପୀଡିତ ହେବାରୁ ଚିକିତ୍ସା ନିମେନ୍ତ ମାଲିକଙ୍କୁ ଟଙ୍କା ମାଗିଲେ ମାତ୍ର ମାଲିକ ତାଙ୍କୁ ଟଙ୍କା ଦେବା ପରିବର୍ତ୍ତେ ମାଡମାରିଲେ ବୋଲି ଅଭିଯୋଗ କରିଛନ୍ତି । ଚିକିତ୍ସା ଅଭାବରୁ ଶିଶୁକନ୍ୟାଟି ମୃତ୍ୟୁବରଣ କରିଥିଲା । କୌଣସି ପ୍ରକାରେ ଉଭୟ ସ୍ବାମୀ ସ୍ତ୍ରୀ ସେଠାରୁ ଖସି ପଳାଇ ଆସିଛନ୍ତି । ସେଠାରେ ଫସି ରହିଥିବା ଶ୍ରମିକ ବାବଲୁ ବାରିକ, ରମା ବାରିକ, ପଦ୍ମନ ବାରିକ, ପୂର୍ଣ୍ଣିମା ବାରିକ, ସୁରେନ୍ଦ୍ର ସାହାଣୀ, ସୁବାଷିନୀ ସାହାଣୀ, କୃପା ଅଙ୍ଗରିଆ, ରୀନା ଅଙ୍ଗରିଆ, କୃଷ୍ଣ ନାଗ, କ୍ରୀଷ୍ଣା ନାଗ, ତୁଳାରାମ ବିଭାର ଏବଂ ପରିବାର ବର୍ଗଙ୍କୁ ଉଦ୍ଧାର କରିବା ସକାଶେ ପ୍ରଶାସନ ତଥା ଉପଜିଲ୍ଲାପାଳଙ୍କ ନିକଟରେ ଶେଷଦେବ ବାରିକ ଲିଖିତ ଆକାରରେ ଗୁହାରୀ କରିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

nrusinghnath
Leave A Reply

Your email address will not be published.