ଭେଡେନ, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାର ସରକାରୀ ସ୍କୁଲ ବନ୍ଦ କରୁଥିବା ବେଳେ ଏହାର ବିରୋଧରେ ଅଭିଭାବକ ମାନେ ଦାବୀପତ୍ର ଦେଇଛନ୍ତି । ବରଗଡ଼ ଜିଲ୍ଳା ଭେଡେନ ବ୍ଲକ ତାଲମେଣ୍ଡା ପଂଚାୟତ ଅନ୍ତର୍ଗତ ରଙ୍ଗାଟିକ୍ରା ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ଘୋଷଣା ହୋଇଥିବାରୁ ଗ୍ରାମବାସୀ ଵିରୋଧ କରିଛନ୍ତି । ଶୁକ୍ରବାର ଏନେଇ ଏକ ଲିଖିତ ଦାବୀପତ୍ର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦେଇଛନ୍ତି । ଗାଁରୁ ଚାରି କିଲୋମିଟର ଦୂର ଅନ୍ୟ ଏକ ସ୍କୁଲରେ ମିଶ୍ରଣ ହେଉଥିବା ଓ ନଇଁ ନାଳ ପଡ଼ୁଥିବାରୁ ଛୋଟ ଛୋଟ ପିଲାଙ୍କ ପାଇଁ ଏହା ବିପଦ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଆମ୍ ଆଦମୀ ପାର୍ଟିର ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଭାବକ ମାନଙ୍କ ଦାବୀକୁ ସମର୍ଥନ କରି ଜିଲ୍ଲାର କୌଣସି ବି ସ୍କୁଲକୁ ବନ୍ଦ ନକରିବାକୁ କହିଥିଲେ । ଦିଲ୍ଲୀରେ ସରକାରୀ ସ୍କୁଲ ପ୍ରାଇଭେଟ ଅପେକ୍ଷା ଭଲ ରେଜଲ୍ଟ କରୁଥିବାରୁ ଓଡ଼ିଶା ସରକାର ମଧ୍ୟ ଶିକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ବୋଲି କହିଥିଲେ । ଆସନ୍ତା ଫେବୃଆରୀ ମାସ ୧ ତାରିଖରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦିଆଯିବ ।
Prev Post