ଡମ୍ପିଙ୍ଗୟାର୍ଡ ସ୍ଥାନାନ୍ତରଣ ଦାବୀ ପୁଣି ତେଜିଲା, ଆବର୍ଜନା ପକାଇବାକୁ ଵିରୋଧ କଲେ ସ୍ଥାନୀୟ ଲୋକେ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ଅଧିନରେ ଥିବା ମୁଣ୍ଡପଡା ନିକଟ ଡ଼ମ୍ପିଙ୍ଗୟାର୍ଡରେ ଏବେ ପରିସ୍ଥିତି ଅସମ୍ଭାଳ, ଅଳିଆ ଆବର୍ଜନା ଭରା କୃତ୍ରିମ ପାହାଡ ଯୋଗୁ ଲୋକେ ଶ୍ୱାସରୁଦ୍ଧ ହୋଇ ପଡୁଥିବା ଅଭିଯୋଗ କରିଛନ୍ତି । ଜାନୁଆରୀ ୧୫ ତାରିଖରୁ ଆବର୍ଜନା ଆଉ ପକାଯିବା ନାହିଁ ବୋଲି ପ୍ରଶାସନ କହୁଥିବା ବେଳେ ଏହା ଏବେବି ଜାରି ରହିଛି । ୨୦୧୭ ମସିହାରୁ ସ୍ଥାନୀୟ ଲୋକମାନେ ଡମ୍ପିଙ୍ଗୟାର୍ଡକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଆନ୍ଦୋଳନ କରିଆସୁଥିବା ବେଳେ ୬ ମାସ ମଧ୍ୟରେ ସମାଧାନ ହେବ ବୋଲି ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ତାହା ପୂରଣ ହେଉନଥିବାରୁ ପୁଣି ସତ୍ୟାଗ୍ରହ ଆନ୍ଦୋଳନ ହୋଇଥିଲା । ପରେ ପ୍ରଶାସନ ବଳ ପୂର୍ବକ ପୋଲିସ ଲଗାଇ ମହିଳା ଓ ବୃଦ୍ଧ ମାନଙ୍କୁ ଗିରଫ କରିଥିଲେ । ପରେ ସ୍ଥାନୀୟ ଲୋକେ ଉଚ୍ଚନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ କରିବା ପରେ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଲେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ, ହେଲେ ନ୍ୟାୟାଳୟର ନିର୍ଦ୍ଦେଶକୁ ଭୃକ୍ଷେପ ନକରି ଏହା ମଧ୍ୟରେ ୨ବର୍ଷ ବିତି ଯାଇଥିଲେ ବି ପ୍ରଶାସନ କୋୖଣସି ସମାଧାନ କରିନାହିଁ । ଏବେ ପରିସ୍ଥିତି ଅସମ୍ଭାଳ ହେବାସହ ଅଗ୍ନିକାଣ୍ଡ ଯୋଗୁ ସ୍ଥାନୀୟ ଲୋକ ଅଣନିଶ୍ୱାସୀ ହେଉଥିବା ଅଭିଯୋଗ ହୋଇଛି । ଶନିବାର ପ୍ରତିବାଦରେ ଆବର୍ଜନା ବୋଝେଇ ଗାଡ଼ିକୁ ସ୍ଥାନୀୟ ଲୋକେ ଅଟକାଇଥିବା ଦେଖିବା ମିଳିଛି ।

Leave A Reply

Your email address will not be published.