jayashree

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଉପରେ ଜିଏସ୍‌ଟି ପରିସରଭୁକ୍ତ କରିବାକୁ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜେପି ନେତୃତ୍ୱଧୀନ ଏନ୍‌ଡିଏ ସରକାରର ଦ୍ୱିତୀୟ ପାଳିରେ ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ହେଉଥିବା ବେଳେ ନିତ୍ୟ ବ୍ୟବହାର ଜିନିଷ ଦରଦାମ ଆକାଶଛୁଆଁ ହେଲାଣି । ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମାନେ ମନଇଚ୍ଛା ଭାଟ୍‌ କର ବସାଉଥିବା ଯୋଗୁଁ ପଟ୍ରୋଲ ଦରଦାମ ହୁତୁହୁତୁ ହୋଇ ବଢିଚାଲିଛି । ଗୋଟିଏ ଦେଶ ଗୋଟିଏ ଟିକସ୍‌ର ନାରା ଦେଉଥିବା କେନ୍ଦ୍ର ଓ ରାଜ୍ୟ ସରକାର ନିଜର ରାଜସ୍ୱ ବଢାଇବା ପାଇଁ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି ପରିସର କରିନାହାନ୍ତି । ତେଣୁ ଆଜି ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଶାଖା ତରଫରୁ ପେଟ୍ରୋଲ ଓ ଡିଜେଲ ଉପରେ ଜିଏସ୍‌ଟି ଲାଗୁ କରିବାକୁ ଦାବୀ କରାଯାଇଛି । ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ସଭାପତି ଗୋପବନ୍ଧୁ ଶତପଥୀ, ଉପ-ସଭାପତି ମହେଶ୍ୱର ସାହୁ, ଅନ୍ତରାଷ୍ଟ୍ରୀୟ କ୍ରୀଡାବିତ୍‌ ଆନନ୍ଦିନୀ ଦର୍ଜୀ ଓ ବରିଷ୍ଠ ସଦସ୍ୟା ମାଳତି ଉଦ୍‌ଗାତା ମିଳିତ ଭାବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦୁଇଟି ସ୍ମାରକପତ୍ର ଦେଇ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି ପରିସରକୁ ଆଣିବାକୁ ଏବଂ ସାଧାରଣ ଖାଉଟିର ସୁବିଧା ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.