om academy

୭ତମ ନଟ୍‌ରାଜ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

jsm

ପଦ୍ମପୁର, (ନିରୋଜ କୁମୋ ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ରାଇସଲପଦର ଗ୍ରାମରେ ବଜାର ପଡ଼ିଆଠାରେ ୭ ତମ ନଟ୍‌ରାଜ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି କରମସିଂ ସାହୁ ଏହାର ଉଦ୍‌ଘାଟନ କରିଥିଲେ । ଗ୍ରୁପ ଏର ସେମିଫାଇନାଲ ବାଦୀପାଲି ଓ ରୋତ ମଧ୍ୟରେ ଖେଳା ଯାଇଥିଲା ଓ ଗ୍ରୁପ ବିରେ ରାଇସଲ ପଦର ଓ ଗଣ୍ଡପାଲି ମଧ୍ୟରେ ସେମିଫାଇନାଲ ଖେଳା ଯାଇଥିଲା । ଗ୍ରୁପ ଏରୁ ବାଦିପାଲି ଓ ଗ୍ରୁପ ବିରୁ ରାଇସଲପଦର ଫାଇନାଲକୁ ଯାଇଥିଲେ । ରାତ୍ରି ହୋଇଯିବାରୁ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ପାରିନଥିଲା । ତେଣୁ ଫାଇନାଲ ମ୍ୟାଚ ଅନୁଷ୍ଠିତ ନହୋଇ ଉଭୟ ଦଳକୁ ସମାନତାରେ ପୁରସ୍କୃତ କରିଥିଲେ । ମଣ୍ଟୁ ସାହୁ, ରଞ୍ଜନ ସାହୁ ଖେଳ ପରିଚାଳନା କରିଥିବା ବେଳେ ଶ୍ରୀପତି ସାହୁ ସ୍କୋରର, ରଂକମଣି ସାହୁ ଧାରା ବିବରଣୀ ପ୍ରଦା କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି କରମ ସିଂ ସାହୁ ଉଭୟ ଦଳକୁ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ବଡ଼ ଖବର ପ୍ରତିନିଧି ରଙ୍କମଣି ସାହୁ, ହେମନ୍ତ ସାହୁ, କରୁଣା ସାହୁ, ସତ୍ୟ ସାହୁ, ଚନ୍ଦନ ସାହୁ, ନନ୍ଦନ ସାହୁ, ଅଞ୍ଜନ କାଳସାଏ, ଜଗନ୍ନାଥ କାଲସାଏ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.