କନ୍ଧକେଲଗାଁ ହାଟରେ କରୋନା କଟକଣାକୁ ଫୁ….

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦିନକୁ ଦିନ କରୋନା ମହାମାରୀ ରୂପ ଧାରଣ କରୁଛି । କିନ୍ତୁ ଦୁଃଖର ବିଷୟ ଯେ ସଇଁନ୍ତଲା ବ୍ଲକ୍ ଅଧୀନସ୍ଥ କନ୍ଧକେଲଗାଁ ଅଂଚଳରେ କରୋନା କଟକଣାକୁ ସଂପୂର୍ଣ୍ଣ ବେଖାତିର କରାଯାଉଛି । ଯେତେବେଳେ କରୋନା ଓଡ଼ିଶାକୁ ପହଂଚି ନଥିଲା ସେତେବେଳେ ଲୋକେ ଯେଭଳି ସଜାଗ ରହୁଥିଲେ, ଏବେ ସେଭଳି ସଚେତନତା ଲୋକଙ୍କ ମଧ୍ୟରେ ଅନୁମିତ ହେଉନାହିଁ । ପ୍ରାପ୍ତ ସୂଚନା ଅନୁସାରେ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ପାଖରେ ଏକ ସାପ୍ତାହିକ ବଜାର ବସିଥିବା ବେଳେ ବଜାର ମଧ୍ୟରେ ଅଧାରୁ ଅଧିକ ଲୋକଙ୍କ ମୁହଁରେ ମାସ୍କ ନଥିବାର ଦେଖିବାକୁ ମିଳିଛି । ସାମାଜିକ ଦୂରତାକୁ ତ’ ବଜାରରେ ବୁଲିଥିବା ଲୋକେ ସାମାନ୍ୟ ବି ଖାତିର୍ କରୁ ନଥିବା ଦେଖାଯାଇଛି । ତେବେ ସରକାରଙ୍କ ପକ୍ଷରୁ ବାରମ୍ବାର କରୋନା କଟକଣା ପାଳନ ପାଇଁ ଆଇନ ପ୍ରଣୟନ ହେଉଥିବା ବେଳେ ଏଭଳି ଗାଁ ବଜାରମାନଙ୍କରେ କରୋନା କଟକଣାକୁ ବଳବତ୍ତର ରଖିବା ପାଇଁ ପ୍ରଶାସନିକ ପଦକ୍ଷେପ ନିହାତି ଆବଶ୍ୟକ ହୋଇପଡ଼ୁଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.