ଭୁବନେଶ୍ୱର, (କେପିଏନ୍ଏସ୍) : କରୋନାର ଭୟାବହତା ଭୟଙ୍କର ରୂପ ନେବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୬୮,୮୯୮ ଜଣ କରୋନା ସଂକ୍ରମଣର ଶିକାର ହୋଇଥିବା ବେଳେ ଓଡ଼ିଶାରେ ୨୬୯୮ ଜଣ ନୂଆ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୯, ବାଲେଶ୍ୱରରୁ ୧୦୨, ବରଗଡ଼ରୁ ୫୬, ଭଦ୍ରକରୁ ୮୯, ବଲାଙ୍ଗିରରୁ ୭୧, ବୌଦ୍ଧରୁ ୧୧, କଟକରୁ ୨୦୭, ଦେବଗଡ଼ରୁ ୨, ଢେଙ୍କାନାଳରୁ ୨୭, ଗଜପତିରୁ ୫୮, ଗଂଜାମରୁ ୧୬୨, ଜଗତସିଂହପୁରରୁ ୨୧, ଯାଜପୁରରୁ ୮୦, ଝାରସୁଗୁଡ଼ାରୁ ୭୨, କଳାହାଣ୍ଡିରୁ ୪୯, କନ୍ଧମାଳରୁ ୮୧, କେନ୍ଦ୍ରାପଡ଼ାରୁ ୮୯, କେଉଁଝରରୁ ୨୧, ଖୋର୍ଦ୍ଧାରୁ ୪୭୫, କୋରାପୁଟରୁ ୧୪୬, ମାଲକାନଗିରିରୁ ୮୧, ମୟୁରଭଂଜରୁ ୧୨୮, ନବରଂଗପୁରରୁ ୯୧, ନୟାଗଡରୁ ୯୪, ନୂଆପଡ଼ାରୁ ୩, ପୁରୀରୁ ୮୭, ରାୟଗଡ଼ାରୁ ୧୫୪, ସମ୍ବଲପୁରରୁ ୭୮, ସୋନପୁରରୁ ୩୧ ଓ ସୁନ୍ଦରଗଡ଼ରୁ ୧୦୩ ଜଣଙ୍କ ପଜିଟିଭ୍ ବାହାରିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ମଧ୍ୟ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ । ଓଡ଼ିଶାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ ହୋଇଥିବା ବେଳେ ସୁସ୍ଥତା ଲାଭ କରିଛନ୍ତି ୪୮୫୭୬ ଜଣ । ୨୩୬୯୯ ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ଦିଆଯାଇଛି ।
Prev Post
Next Post