ସୁରୁଟେ ବନ୍ଧ୍‌ ଥି ବୁଡ଼ିମଲା ହାତୀ ଛୁଆ

ହେମଗିରି, (କେପିଏନ୍‌ଏସ୍‌) : ସୁରୁଟେ ବନ୍ଧ ଥି ବୁଡ଼ିମରିଛେ ହାତୀ ଛୁଆଟେ । ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଏରିଆ ଥି ଘଟିଛେ ଇ’ ଘଟନା । ଆଏଜ୍‌ ସକାଲୁ ହେମଗିରି ବନଖଁଡ଼ର ବାଘୋରା ସେକ୍ସନ ଖଜୁରବାହାଲ ଗାଁର ଚାଷ ଜମି ପାଖେ ଥିବାର ଗୁଟେ ସୁରୁ ବନ୍ଧ ଥି ମାସେ କର୍‌ ହାତୀ ଛୁଆ ଟେ ବୁଡ଼ି କରି ମରିଯାଇଥିବା ଜନାପଡ଼ିଛେ । ଖବର୍‌ ହିସାବେ, ଗାଁ ପାଖର ଜଂଗଲ ନୁ ଗୁଟେ ହାତୀ ଗୁହୁଡ଼ା ଗଲା ରାତି ଚାଷ୍‌ ଜମିକେ ସମିଥିଲେ । ଏତ୍‌କି ବେଲ୍‌କେ ଛୁଆ ହାତୀ ବନ୍ଧେ ପଡ଼ି କରି କାଦୋ ଥି ଫଶି ଯାଇଥିଲା । ଉନ୍‌ଝା ହାତୀମାନେ କାଦୁ ନୁ ହାତୀ ଛୁଆ କେ ବାହାର୍‌ କର୍‌ବାର୍‌ କେ ଚେଷ୍ଟା କରି ବିଫଲ୍‌ ହେଇଥିଲେ । ଶେଷେ ହାତୀ ଛୁଆ ମରି ଯାଇଥିଲା । ଖବର ପାଇକରି ବନ୍‌ ବିଭାଗର କର୍ମଚାରୀମାନେ ଘଟ୍‌ନା ଠାନ୍‌ କେ ପହୁଁଚିଛନ୍‌ ଆର୍‌ କାଦୋ ଥି ଫଶିଥିବାର୍‌ ହାତୀ ଛୁଆର୍‌ ମୁର୍‌ଦାର୍‌ କେ ବାହାର୍‌ କରି ପୋଷ୍ଟମର୍ଟମ୍‌ ଲାଗି ପଠେଇ ଥିବାର ଖବର୍‌ ଥି କୁହାଯାଇଛେ ।

Leave A Reply

Your email address will not be published.