pr

ଗତ ୨୪ ଘଂଟାରେ ଓଡ଼ିଶାରେ ୩୪୯୦ ପଜିଟିଭ୍‌

dr. purohit

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୪୯୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୦୯୪ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଛନ୍ତି ୧୩୯୬ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩୮, ବାଲେଶ୍ୱରରୁ ୯୨, ବରଗଡ଼ରୁ ୮୧, ଭଦ୍ରକରୁ ୮୯, ବଲାଙ୍ଗିରରୁ ୧୧୦, ବୌଦ୍ଧରୁ ୨୫, କଟକରୁ ୩୭୬, ଦେବଗଡ଼ାରୁ ୨୭, ଢେଙ୍କାନାଳରୁ ୮୧, ଗଜପତିରୁ ୫୩, ଗଂଜାମରୁ ୬୯, ଜଗତସିଂହପୁରରୁ ୯୧, ଯାଜପୁରରୁ ୧୭୮, ଝାରସୁଗୁଡ଼ାରୁ ୧୦୩, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୮୪, କେନ୍ଦ୍ରାପଡ଼ାରୁ ୮୫, କେଉଁଝରରୁ ୫୫, ଖୋର୍ଦ୍ଧାରୁ ୫୩୫, କୋରାପୁଟରୁ ୯୩, ମାଲକାନଗିରିରୁ ୨୨, ମୟୁରଭଂଜରୁ ୨୦୭, ନବରଙ୍ଗପୁରରୁ ୪୦, ନୟାଗଡ଼ରୁ ୩୪, ନୂଆପଡ଼ାରୁ ୧୦୨, ପୁରୀରୁ ୨୧୭, ରାୟଗଡ଼ାରୁ ୨୦୬, ସମ୍ବଲପୁରରୁ ୮୫, ସୋନପୁରରୁ ୧୦୭, ସୁନ୍ଦରଗଡ଼ରୁ ୬୪, ଷ୍ଟେଟ୍‌ ପୁଲ୍‌ ୧୦୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୧୩୧୩୮୨ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୯୯୩୯୮ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।

nrusinghnath
Leave A Reply

Your email address will not be published.