oom

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୩୮୪ ଜଣ ଆକ୍ରାନ୍ତ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୩୩୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୨୮ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୨୫୬ ଜଣ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି । ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୩, ବାଲେଶ୍ୱରରୁ ୧୧୯, ବରଗଡ଼ରୁ ୧୫୭, ଭଦ୍ରକରୁ ୮୨, ବଲାଙ୍ଗିରରୁ ୯୯, ବୌଦ୍ଧରୁ ୫, କଟକରୁ ୪୯୨, ଦେବଗଡ଼ରୁ ୧୬, ଢେଙ୍କାନାଳରୁ ୬୦, ଗଜପତିରୁ ୯, ଗଂଜାମରୁ ୧୭୭, ଜଗତସିଂହପୁରରୁ ୪୩, ଯାଜପୁରରୁ ୧୭୬, ଝାରସୁଗୁଡ଼ାରୁ ୯୪, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୫୮, କେନ୍ଦ୍ରାପଡ଼ାରୁ ୭୬, କେଉଁଝରରୁ ୬୩, ଖୋର୍ଦ୍ଧାରୁ ୫୮୭, କୋରାପୁଟରୁ ୮୯, ମାଲକାନଗିରିରୁ ୪୪, ମୟୁରଭଂଜରୁ ୧୭୭, ନବରଂଗପୁରରୁ ୩୧, ନୟାଗଡରୁ ୭୬, ନୂଆପଡ଼ାରୁ ୧୯, ପୁରୀରୁ ୧୨୧, ରାୟଗଡ଼ାରୁ ୧୫୪, ସମ୍ବଲପୁରରୁ ୧୮୨, ସୋନପୁରରୁ ୩୭ ଓ ସୁନ୍ଦରଗଡ଼ରୁ ୧୦୧ ଜଣଙ୍କ ପଜିଟିଭ୍‌ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୯୮୬ ହୋଇଥିବା ବେଳେ ସୁସ୍ଥତା ଲାଭ କରିଛନ୍ତି ୬୨୮୧୩ ଜଣ । ୨୭୬୭୨ ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନାରେ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୫,୫୩,୨୫୭ ପରୀକ୍ଷା କରାଯାଇ ସାରିଛି ।

jittmm
Leave A Reply

Your email address will not be published.