କରୋନାର ପ୍ରଚଣ୍ଡ ସଂକ୍ରମଣ : ଗତ ୨୪ ଘଂଟାରେ ରାଜ୍ୟରେ ୬ ହଜାର ଡେଇଁଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧା ଜିଲ୍ଲାରେ ୧୧୩୨, ନୂଆପଡ଼ା ଜିଲ୍ଲାରେ ୪୫୯, କଳାହାଣ୍ଡି ଜିଲ୍ଲାରେ ୪୫୨ ଏବଂ ବଲାଙ୍ଗିର ଜିଲ୍ଲାରେ ୨୨୬

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାରା ଦେଶରେ କରୋନା ସଂକ୍ରମଣର ବିସ୍ଫୋଟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ପ୍ରଚଣ୍ଡ ସଂକ୍ରମଣ ଦେଖିବାକୁ ମିଳିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫୭୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫୮୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୩୬, ବାଲେଶ୍ୱରରୁ ୭୮, ବରଗଡ଼ରୁ ୨୩୬, ଭଦ୍ରକରୁ ୭୧, ବଲାଙ୍ଗିରରୁ ୨୨୬, ବୌଦ୍ଧରୁ ୩୮, କଟକରୁ ୩୬୦, ଦେବଗଡ଼ରୁ ୩୧, ଢେ଼ଙ୍କାନାଳରୁ ୧୭, ଗଜପତିରୁ ୫୫, ଗଂଜାମରୁ ୧୩୫, ଜଗତସିଂହପୁରରୁ ୬୩, ଯାଜପୁରରୁ ୧୫୪, ଝାରସୁଗୁଡ଼ାରୁ ୩୫୫, କଳାହାଣ୍ଡିରୁ ୪୫୨, କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୪୮, କେଉଁଝରରୁ ୨୦୫, ଖୋର୍ଦ୍ଧାରୁ ୧୧୩୨, କୋରାପୁଟରୁ ୪୫, ମାଲକାନଗିରିରୁ ୧୬, ମୟୁରଭଂଜରୁ ୧୩୬, ନବରଂଗପୁରରୁ ୨୦୭, ନୟାଗଡ଼ରୁ ୯୯, ନୂଆପଡ଼ାରୁ ୪୫୯, ପୁରୀରୁ ୨୮୬, ରାୟଗଡ଼ାରୁ ୧୦୫, ସମ୍ବଲପୁରରୁ ୨୨୯, ସୋନପୁରରୁ ୯୯, ସୁନ୍ଦରଗଡ଼ରୁ ୪୨୭ ଓ ଷ୍ଟେଟ ପୁଲ୍‌ରୁ ୨୪୧ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୦୭୫ ରହିଛି ।

Leave A Reply

Your email address will not be published.