pr

ସ୍ଥିତି ଅସମ୍ଭାଳ : ବଲାଙ୍ଗିରରେ ଆଜି ୧୭୩ ଚିହ୍ନଟ, ୩୮ ଜଣ ବଲାଙ୍ଗିର ପୌରାଂଚଳରୁ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି ବଲାଙ୍ଗିର ଜିଲ୍ଲାରେ । ଆଜି ଗୋଟିଏ ଦିନରେ ୧୭୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮ ଜଣ ବଲାଙ୍ଗିର ପୌରାଂଚଳର ବୋଲି ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ବରପାଲିପଡ଼ା ୧, ଶାନ୍ତିପଡ଼ା ୪, ସୁଦପଡ଼ା ୫, ତାଲପାଲିପଡ଼ା ୨, ହାତୀଶାଲପଡ଼ା ୧, ଠିକାଦାରପଡ଼ା ୧, କନ୍ଧପାଲିପଡ଼ା ୪, କଂସାରୀପଡ଼ା ୨, ବିଷ୍ଣୁମୁଣ୍ଡା ୧, ବେହେରାପାଲି ୧, କଲେଜଛକ ୧, ଶାସ୍ତ୍ରୀନଗର ୧, ହାଟପଦାପଡ଼ା ୯, ରାଧାରାଣୀପଡ଼ା ୨, ପେଲେସଲାଇନ ୧, ତେଲିଗୋଠପଡ଼ା ୧, କଳାମଣ୍ଡଳ ପଡ଼ା ୧ ଜଣ ସଂକ୍ରମିତ ହୋଇଛନ୍ତି । ତେବେ ଆଜି ଜଣେ ମହିଳା କୋଭିଡ଼ ଯୋଦ୍ଧା ମଧ୍ୟ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ଗ୍ରାମାଂଚଳରେ ବଲାଙ୍ଗିର ବ୍ଲକ୍‌ ଖୁଜେନପାଲିରୁ ୧, ଗୁଡ଼ଭେଲା ବ୍ଲକ୍‌ ନୂଆପଡ଼ାରୁ ୨ ଓ ବୀରମୁଣ୍ଡାରୁ ୨, ପୁଇଁନ୍ତଲା ବ୍ଲକ୍‌ ସିକାବାହେଙ୍ଗାରୁ ୨୧ ଏବଂ ପୁଇଁନ୍ତଲାରୁ ୧, ଦେଓଗାଁ ବ୍ଲକ୍‌ ନୂଆପାଲିରୁ ୧, ଗୁଡ଼ଭେଲା ବ୍ଲକ ତୁଷୁରାରୁ ୮, କଂଟାବାଂଜିରୁ ୨୧, ଖପ୍ରାଖୋଲ ବ୍ଲକ ଲୁହାସିଂହାରୁ ୩, ଟିଟିଲାଗଡ଼ ବ୍ଲକ୍‌ କୁମୁଡ଼ାରୁ ୨, ଲୋଇସିଂହା ବ୍ଲକ୍‌ ବୁଡର଼୍ାରୁ ୫, ମୁରିବାହାଲ ବ୍ଲକ୍‌ ପତ୍ରାପାଲିରୁ ୧ ଓ ଗୁଡ଼ିଘାଟରୁ ୧, ସଇଁନ୍ତଲା ବ୍ଲକ୍‌ ଗୁରମୁନିରୁ ୬, ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲାରୁ ୧୦, ଟିଟିଲାଗଡ଼ରୁ ୧୨, ଆଗଲପୁର ବ୍ଲକ୍‌ ରାମପୁରରୁ ୨ ଓ କେଟେଇପାଲିରୁ ୧, ଆଗଲପୁରରୁ ୧୧, ଆଗଲପୁର ବ୍ଲକ୍‌ ବାବୁଫାସଡ଼ରୁ ୧ ଓ ବନ୍ଦବାହାଲରୁ ୮, ବଲାଙ୍ଗିର ବ୍ଲକ୍‌ ଶିକାଛିଡ଼ାରୁ ୧ ଓ କନକପୁରରୁ ୧, ଦେଓଗାଁ ବ୍ଲକ୍‌ ମହଲେଇରୁ ୨, ପାଟଣାଗଡ଼ ବ୍ଲକ୍‌ ବାନ୍ଧନଭାଡ଼ିରୁ ୨, ଖପ୍ରାଖୋଲ ବ୍ଲକ୍‌ ଫୁଲକିମୁଣ୍ଡାରୁ ୧, ବଙ୍ଗୋମୁଣ୍ଡାରୁ ୩, ଟିଟିଲାଗଡ଼ ବ୍ଲକ୍‌ ଘଣ୍ଟବାହାଲିରୁ ୧ ଓ କପ୍‌ସିଭଟାରୁ ୧, ବଙ୍ଗୋମୁଣ୍ଡା ବ୍ଲକ ଝଲପରୁ ୧ ଜଣ ସଂକ୍ରମିତ ହୋଇଥିବା ସୂଚନା ରହିଛି ।

nrusinghnath
Leave A Reply

Your email address will not be published.