ପାଇଖାନା ଛାତ ପଡି ଛାତ୍ର ମୃତ୍ୟୁ ଘଟଣା : ନରସିଂହଙ୍କ ହସ୍ତକ୍ଷେପରେ ମୃତକ ପରିବାର ପାଇଁ ଆସିଲା ସହାୟତା ରାଶି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ବର୍ଷ ନଭେମ୍ବର ୯ ତାରିଖ ଦିନ ସ୍ଥାନୀୟ ଟିକ୍ରାପଡା ସ୍ଥିତ ୟୁଜିଏମ୍‌ଇ ସ୍କୁଲର ପାଇଖାନା ଛାତ ପଡି ସବିତା ଖର୍ସେଲଙ୍କ ପୁଅ ଅତିସ ଖର୍ସେଲଙ୍କ ଅଭାବନୀୟ ମୃତ୍ୟୁ ଘଟିଥିଲା । ସେ ସମୟରେ ଏହି ଘଟଣା ସାରା ସହରରେ ଶିକ୍ଷା ବିଭାଗର ଅବହେଳା ତଥା ଦାୟିତ୍ୱହୀନତା ଯୋଗୁଁ ଏକ ଛୋଟ ଛୁଆର ଜୀବନ ଅକାରଣରେ ·ଲିଗଲା ବୋଲି ଚର୍ଚ୍ଚା ହୋଇଥିଲା । ମୃତକ ତା’ ପରିବାରର ଏକମାତ୍ର ସନ୍ତାନ ତଥା ପୂର୍ବରୁ ତାର ବାପା ମଧ୍ୟ କୋ÷÷ଣସି କାରଣରୁ ମୃତ୍ୟୁବରଣ କରିଥିଲେ; ଯାହା ଫଳରେ ମୃତକର ମା’ ସବିତା ଖର୍ସେଲ ସବୁ ଦିଗରୁ ଅସହାୟ ହୋଇ ପଡିଥିଲେ । ଏହାକୁ ନେଇ ମାଲପଡାର ବିଭିନ୍ନ ମହଲରୁ ମୃତକ ପରିବାର ପାଇଁ ସରକାରୀ ଆର୍ଥିକ ସାହାଯ୍ୟର ବନ୍ଦୋବସ୍ତ କରିବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ପାଖରେ ଅନୁରୋଧ ଆସିଥିଲା । ମୃତକଙ୍କ ମା’ର ଅସାହାୟତା ତଥା ଆର୍ଥିକ ପରିସ୍ଥିତି ଦେଖି ବିଧାୟକ ଶ୍ରୀ ମିଶ୍ର ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖ ଦିନ ତାଙ୍କ ଚିଠି ମାଧ୍ୟମରେ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯାଉ ବୋଲି ସୁପାରିଶ କରିଥିଲେ । ବର୍ତ୍ତମାନ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସବିତା ଖର୍ସେଲଙ୍କ ନାଁରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଗଷ୍ଟ ୪ ତାରିଖ ଦିନ ଆସି ପହଞ୍ôଚଛି । ଏଠାରେ ସୂଚନାଯୋଗ୍ୟ ଯେ, ଏହି ୨ଲକ୍ଷ ଟଙ୍କାର ସହାୟତା ରାଶି ମୃତକଙ୍କ ମା’ଙ୍କ ବ୍ୟାଙ୍କ ଏକାଉଂଟକୁ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସିଧାସଳଖ ଜମା ହୋଇଯିବ । ଜିଲ୍ଲାପାଳ କାର୍ଯ୍ୟାଳୟ ତରଫରୁ ମୃତକଙ୍କ ମା’ ସବିତା ଖର୍ସେଲଙ୍କୁ ସେଥି ପାଇଁ ଦରକାର ହେଉଥିବା ବ୍ୟାଙ୍କ ଉକାଉଣ୍ଟ ସହ ଅନ୍ୟାନ୍ୟ ଆନୁସଙ୍ଗିକ କାଗଜପତ୍ର ପ୍ରଦାନ କରିବା ପାଇଁ ଖବର ପଠା ଯାଇଛି ।

Leave A Reply

Your email address will not be published.