ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୨୨ : ଆଜି ୬୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୨୨ ରହିଛି । ଆଜି ୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୮ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪, ବାଲେଶ୍ୱରରୁ ୫, ବଲାଙ୍ଗିରରୁ ୩, କଟକରୁ ୫, ଦେଓଗଡରୁ ୨, ଗଞ୍ଜାମରୁ ୩, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୪, ଖୋର୍ଦ୍ଧାରୁ ୫, ମୟୁରଭଂଜରୁ ୯, ନୂଆପଡାରୁ ୧, ପୁରୀରୁ ୩, ସୁନ୍ଦରଗଡ଼ରୁ ୧୫ ଓ ଷ୍ଟେଟ ପୁଲ୍‌ରୁ ୧ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୩୮୩୨୩ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୫୭୩୦ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Leave A Reply

Your email address will not be published.