ବଲାଙ୍ଗିର ଜିଲ୍ଲାରେ ଆଜି ୧୦ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ବ୍ଲକ୍‌ ତୁଷୁରାବାହାଲ ଗ୍ରା.ପ.ରୁ ଜଣେ, ତୁଷୁରା ଏନ୍‌ଏସି ୱାର୍ଡ ନଂ.୩ରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୭ରୁ ଜଣେ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୩ରୁ ଜଣେ, ୫ରୁ ୨ ଜଣ, ୧୪ରୁ ଜଣେ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୪ରୁ ଜଣେ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧୫ରୁ ଜଣେ, ତୁରେକେଲା ବ୍ଲକ ତୁରେକେଲା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଜିଲ୍ଲାରେ ଏବେ ୧୧୩ ଜଣ କରୋନା ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.

error: Content is protected !!