oom

ଚୋରକୁ କାବୁ କଲେ ସ୍ଥାନୀୟ ଲୋକେ

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗତ ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିକୁଡି ଫାଣ୍ଡି ନିକଟସ୍ଥ ୫ଟି ଦୋକାନର ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ବେଳେ ସ୍ଥାନୀୟ ଲୋକେ ଏହି ଘଟଣାରେ ସଂପୃକ୍ତ ଚୋରକୁ ସୋନପୁର ବ୍ଲକ ଛକଠାରୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିବା ସୂଚନାରେ କୁହାଯାଇଛି । ଅଭିଯୁକ୍ତ ଜଣକ ବୌଦ୍ଧ ଜିଲ୍ଲା କଂଟାମାଳ ଥାନା ଅନ୍ତର୍ଗତ ଅଏଁଲାଚୁଆଁ ଗ୍ରାମର ସୁଶାନ୍ତ କର୍ମୀ ବୋଲି ସୂଚନା ମିଳିଛି । ଅଭିଯୁକ୍ତ ପାଖରୁ ଚୋରି ହୋଇଥିବା କିଛି ସାମଗ୍ରୀ ଜବତ ହୋଇଥିବ ବେଳେ ଗତକାଲି ସନ୍ଧ୍ୟା ସମୟରେ ଅଭିଯୁକ୍ତ ଯୁବକ ହିକୁଡି ଛକରେ ଇତଃସ୍ତତଃ ବୁଲାବୁଲି କରୁଥିବା ଲୋକେ ଦେଖିଥିଲେ । ଆଜି ସକାଳେ ଚୋରି ଘଟଣା ଜଣାପଡିବା ପରେ ଲୋକେ ତାକୁ ହିଁ ଚୋରି କରିଥିବା ସନ୍ଦେହ କରିଥିଲେ । ଅଭିଯୁକ୍ତକୁ ବୀରମହାରାଜପୁର ଥାନାକୁ ନିଆଯାଇ ପଚରା ଉଚୁରା କରାଯାଉଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.