ଜ୍ଞାନ ପ୍ରକାଶ ତରଫରୁ ଜାତୀୟ ସ୍ତରରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ଜ୍ଞାନ ପ୍ରକାଶ ତରଫରୁ ଜାତୀୟ ସ୍ତରରେ ଗତ ତା୨୬/୦୬/୨୨ ରିଖ ରବିବାର ଦିନ ସକାଳ ୮.୩୦ରୁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଦେଶର ୨୮ଟି ରାଜ୍ୟରେ ବିଭିନ୍ନ ସ୍ଥାନରେ ଶୃଙ୍ଖଳାର ସହିତ କରାଯାଇଥିଲା । ସୁନ୍ଦର ଗଡ଼ରୁ ଏକ ମାତ୍ର ସ୍ଥାନ ଆର୍‌ଇସି କ୍ୟାମ୍ପସ ଉଚ୍ଚ ବିଦ୍ୟାଳୟ, ଏନ୍ଆଇଟି, ରାଉରକେଲାରେ ଶିକ୍ଷୟିତ୍ରୀ ଶ୍ରୀମତୀ ନିରୁପମା ଦାଶଙ୍କ ଅଧ୍ୟକ୍ଷତାରେ ଦୁଇଟି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରତିଯୋଗିତା ହୋଇଥିଲା । ଏଥିରେ ୪୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରି ଅଧିକ ଉତ୍ସାହିତ କରାଯାଇଥିଲା । କ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଅମ୍ଳାନ ଅଂଶୁମାନ ପ୍ରଧାନ, ଦ୍ବିତୀୟରେ ଥିଲେ ଆଶୁତୋଷ ପଣ୍ଡା, ଖ ବର୍ଗରେ ଥିଲେ ସ୍ନେହାଶ୍ରୁତି ମହାନ୍ତି, ଦ୍ବିତୀୟରେ ଶୁଭମ୍ ଗିରି, ତୃତୀୟରେ ଥିଲେ, ପ୍ରତିମା ଦାସ । ପିଲାମାନଙ୍କୁ ଅଧିକ ଉତ୍ସାହିତ କରାଇବା ନିମନ୍ତେ ଆସନ୍ତା ତିନି ତାରିଖରେ ବୋଦ୍ଧ ଟାଉନହଲ ଠାରେ ପୁରସ୍କାର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମଟି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା । ସହଯୋଗ କରିଥିଲେ ଜତିନ୍ଦ୍ର କୁମାର ନାୟକ, ବବି ମହାଲିକ୍, ସୁଜାତା ତ୍ରିପାଠୀ, ସସ୍ମିତା ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ, ସୁରେଶ ଚନ୍ଦ୍ର ମହାନ୍ତି, ରଶ୍ମି ସାହୁ । ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ କବି ସୁଶାନ୍ତ କୁମାର ନାୟକ । ଧନ୍ୟବାଦ ଜ୍ଞାପନ କରିଥିଲେ ଶିକ୍ଷୟିତ୍ରୀ ସସ୍ମିତା ପଟ୍ଟନାୟକ । ସମସ୍ତଙ୍କୁ ଜ୍ଞାନ ପ୍ରକାଶ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.