oom

ସଇଁନ୍ତଲା ସହରରେ କଳା ସଂସ୍କୃତିର ରଙ୍ଗୀନ ଛିଟା : ନିର୍ଜୀବ କାନ୍ଥରେ ଝଲସୁଛି ଜୀବନ୍ତ ସ୍କୁଲ ଚିତ୍ର, ସହରବାସୀଙ୍କ ମନ ମୋହୁଛି ଚିତ୍ରକଳା

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଜେଇ ହେଉଛି ସଇଁନ୍ତଲା ସହର । ବଲାଙ୍ଗିର, ସଇଁନ୍ତଲା, ଟିଟିଲାଗଡ଼ ଭଳି ଅନେକ ସହରର ବିଭିନ୍ନ ସରକାରୀ କାର୍ୟ୍ୟାଳୟ, କଲେଜ ସ୍କୁଲ କାନ୍ଥରେ ଝଲସୁଛି ଜୀବନ୍ତ ଚିତ୍ର । ଏବେ ନିର୍ଜୀବ ଏହି କାନ୍ଥ ଗୁଡିକୁ ଜୀବନ୍ତ କରିଛନ୍ତି ସ୍ଥାନୀୟ କଳା ସଂସ୍କୃତି କ୍ଷ  ରଙ୍ଗ ବେରଙ୍ଗର ଚିତ୍ରକଳାରେ ଦେଖିବାକୁ ମିଳୁଛି ଜିଲ୍ଲାର ଐତିହ୍ୟ ପରମ୍ପରାର ଝଲକ । ଜିଲ୍ଲା ପ୍ରଶାସନ ଓ ପୌର ପରିଷଦର ସୌନ୍ଦର୍ୟ୍ୟକରଣ କାର୍ୟ୍ୟରେ ସ୍ଥାନ ପାଇଛି ସଇଁନ୍ତଲା ସହରର ବିଭିନ୍ନ ସରକାରୀ କାର୍ୟ୍ୟାଳୟ ସହ ସ୍କୁଲ କଲେଜ କାନ୍ଥବାଡ । ସେପଟେ ଏଭଳି ଏକ ପଦକ୍ଷେପକୁ ଭୁରି ଭୁରି ପ୍ରସଂଶା କରିଛନ୍ତି ସହରବାସୀ । ସଇଁନ୍ତଳା ସହରର ସମସ୍ତ ସରକାରୀ କାର୍ୟ୍ୟାଳୟ ଓ ସ୍କୁଲ କଲେଜ କାନ୍ଥରେ ଏବେ ଏଭଳି ରଙ୍ଗ ବେରଂଗର ବିଭିନ୍ନ ପ୍ରକାର କଳା ସଂସ୍କୃତି, ଖେଳକୁଦ, ପୁରୁଣା ଇତିହାସ, ବିଜ୍ଞାନ ହଉ କି ଗଣିତ ବିଭିନ୍ନ ପାଠ୍ୟକ୍ରମକୁ ନେଇ ତିଆରି କରାଯାଉଛି ଚିତ୍ର । ଯାହାକୁ ବେଶ ଜୀବନ୍ତ କରି ଚିତ୍ରଣ କରିଛନ୍ତି ଚିତ୍ର କଳାକାରମାନେ, ଯାହାକୁ ଦେଖି ବେଶ ପ୍ରସଂଶା କରିଛନ୍ତି ସହରବାସୀ । ତେବେ ସହରକୁ ସୌନ୍ଦର୍ୟ୍ୟକରଣ କରିବା ସହ ଦୀର୍ଘ ଗୋଟିଏ ବର୍ଷ ଧରି ନିଜ ବ୍ୟବସାୟକୁ ବନ୍ଦ କରିଥିବା କଳାକାରମାନଙ୍କୁ ମଧ୍ୟ ମିଳିଛି ପ୍ରୋତ୍ସାହନ । ପ୍ଲାଷ୍ଟିକ ପେଣ୍ଟ ବ୍ୟବହାର କରିବା ସହ ଗୋଟିଏ ଗୋଟିଏ ଛିବିକୁ କାଟୁଛନ୍ତି ଚିତ୍ରକଳା ଶିଳ୍ପୀ । ମହାବିଦ୍ୟାଳୟ, ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, ରିଜର୍ଭ ପୋଲିସ ରାସ୍ତା କଡ କାନ୍ଥ ଭଳି ସ୍ଥାନରେ ଏଭଳି ଚିତ୍ରକଳା ସବୁ କରାଯାଇଥିବା ବେଳେ ଆଗାମୀ ଦିନରେ ସହରର ସମସ୍ତ ସରକାରୀ କାନ୍ଥ ଗୁଡିକୁ ଏଭଳି ଭାବରେ ସୁସଜ୍ଜିତ କରାଯିବା ଚିତ୍ରକଳା ଦ୍ବାରା ବୋଲି କହିଛନ୍ତି ଚିତ୍ର ଶିଳ୍ପୀ । ସେପଟେ ଯଉ ସବୁ ଇତିହାସମାନ ଆଜି ଭଳି ଅତ୍ୟାଧୁନିକ ଯୁଗରେ ଲୋପ ପାଇଯାଇଛି । ସେହିଭଳି ଜିନିଷ ଗୁଡିକୁ ଚିତ୍ର କଳା ମାଧ୍ୟମରେ ଚିତ୍ର କରାଯିବା ଦ୍ବାରା ଆଗାମୀ ପିଢିକୁ ଏକ ନୂଆଁ ଶିକ୍ଷା ମଧ୍ୟ ମିଳିପାରିବ ବୋଲି କହିଛନ୍ତି ସହରର ବରିଷ୍ଠ ନାଗରିକ ଓ କଳାକାର ।

jittmm
Leave A Reply

Your email address will not be published.