ବର୍ଷାର ଦେଖା ନାହିଁ : ଚିନ୍ତାରେ ଚାଷୀ

ବଙ୍ଗୋମୁଣ୍ଡା (ହୁଲେଶ୍ୱର ହଂସ) : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ଚଳିତବର୍ଷ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । କମ ବର୍ଷା ଯୋଗୁଁ ଚଳିତ ବର୍ଷ ସିନ୍ଧେକେଲା ଅଞ୍ଚଳର ବିଭିନ୍ନ ଗାଁ ଗୁଡିକରେ ଚାଷକାମ ବ୍ୟାହତ ହୋଇଛି । ଚାଷ କାମ ଆଗେଇ ପାରୁନ ଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏହି ଅଞ୍ଚଳରେ ସେମିତି କିଛି ଆଖିଦୃଶିଆ ଜଳସେଚନ ପ୍ରକଳ୍ପ ନାହିଁ । ସରକାର ମରୁଡି ମୁକାବିଲା ପାଇଁ ପ୍ରସ୍ତୁତ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଅଣଧାନଚାଷ କରିବା ପାଇଁ ସରକାରୀ ପ୍ରୋତ୍ସାହନ ନାହିଁ । ତେଣୁ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ସିନ୍ଧେକେଲାରେ ଏକ ସହକାରୀ କୃଷିଅଧିକାରୀ ନିଯୁକ୍ତ ହୋଇଛନ୍ତି କିନ୍ତୁ ସହକାରୀ କୃଷିଅଧିକାରୀ ଅନ୍ୟତ୍ର ରହି ଅଫିସ କାମ ଚଳାଉଛନ୍ତି, ଯାହା ଫଳରେ ଏ ଅଞ୍ଚଳର ଚାଷୀ କିଛି ବି ସରକାରୀ ସୁବିଧା ଜାଣିପାରୁନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି ।

Leave A Reply

Your email address will not be published.