ଅଜଣା ରୋଗ ପୋକ ଚିନ୍ତାରେ ଚାଷୀ : କୃଷି ବିଭାଗର ଦେଖାନାହିଁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କିଛି ସ୍ଥାନରେ ଭଲ ବର୍ଷା ହୋଇ ଥିବାବେଳେ ଭଲ ଅମଳ ହେବ ବୋଲି ଚାଷୀ ଆଶା ରଖିଥିଲା । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ଅଜଣା ରୋଗ ପୋକ ଯୋଗୁଁ ଚିନ୍ତାରେ ଭାଙ୍ଗି ପଡିଛି ଚାଷୀ । ଅନ୍ୟପଟେ କୃଷି ବିଭାଗର ଏଥିପ୍ରତି ଦୃଷ୍ଟି ନଥିବା ଯୋଗୁଁ ତାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଥାଉକି, ଚଳିତ ବର୍ଷ ସଇଁନ୍ତଲା ବ୍ଲକରେ ସାର କଳାବଜାରୀ ହେଉଥିବା ବେଳେ ତଦନ୍ତ ବଦଳେ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ଚଢା ଦରରେ ସାର କିଣିବାକୁ ପଡୁଥିବା ଅଭିଯୋଗ ହୋଇଛି । ତେବେ ଘୁନସର ଗ୍ରାମରେ ଅନେକ ଚାଷୀଙ୍କ ଧାନ ପତ୍ର ଗୁଡ଼ିକ ଲାଲ ପଡି ଯାଉଥିବା ବେଳେ ଚିନ୍ତାରେ ମେରୁଦଣ୍ଡ ଭାଙ୍ଗି ଯାଇଛି ଚାଷୀଙ୍କ । ତେବେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.