pr

ବିଜେପି ମିଟିଂ ନାଁରେ ୨ଜଣ ଯୁବକ ପଞ୍ଚାୟତରୁ ପଞ୍ଚାୟତ ବୁଲି ଚାନ୍ଦା ଆଦାୟ କରୁଥିବା ଚର୍ଚ୍ଚା : ଉଚିତ୍ କାର୍ୟ୍ୟାନୁଷ୍ଠାନ ନିଆଯିବ କହିଲେ ସାଂସଦ ପ୍ରତିନିଧି

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଭାରତୀୟ ଜନତା ପାର୍ଟିର ଏକ ସାଧାରଣ ସଭା ଆଗାମୀ ଦିନରେ ଅନୁଷ୍ଠିତ ହେବ। ସେଥିପାଇଁ ପସ୍ତୁତି ଚଳାଇଛନ୍ତି କର୍ମୀମାନେ ଏକ ନିଆରା ଢଙ୍ଗରେ। କରୋନା ବେଳେ ପାର୍ଟିରେ ପାଣ୍ଠି ଅଭାବ ହେଉଛି, ତେଣୁ କିଛି ଦାନ ଦିଅନ୍ତୁ ବୋଲି ଦେଓଗାଁ ସଦରର ଦୁଇ ଜଣ ଯୁବକ ପଞ୍ଚାୟତରୁ ପଞ୍ଚାୟତ ଘୁରି ବୁଲି ଚାନ୍ଦା ଅସୁଲି କରୁଥିବା ଚର୍ଚ୍ଚା ହେଉଛି। ଏହି ଯୁବକଙ୍କ ମଧ୍ୟରେ ଜଣେ ନିଜକୁ ସାମ୍ବାଦିକ ପରିଚୟ ଦେଉଥିବା ବେଳେ ଆଉ ଜଣେ ସାଂସଦ ପ୍ରତିନିଧିଙ୍କ ନିଜ ଲୋକ କହି ଟଙ୍କା ମାଗୁଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ଏନେଇ ଦେଓଗାଁ ବ୍ଲକ ସାଂସଦ ପ୍ରତିନିଧି ଅମିତ ସିଂ ନିନାଙ୍କୁ ପଚାରିବାରୁ ଏବେ କୌଣସି ମିଟିଂ ହେବାର ନାହିଁ କି କାହାକୁ ଚାନ୍ଦା ମଗାଯାଉ ନାହିଁ ବୋଲି କହିବା ସହ ଯିଏ ଏମିତି କାମ କରୁଛି ତା ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଏପରି ହୀନ କାର୍ୟ୍ୟ କରୁଥିବା ଲୋକଙ୍କୁ ଚିହ୍ନଟ କରି ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି କର୍ମୀ ମହଲରେ ଦାବୀ ହେଉଛି।

nrusinghnath
Leave A Reply

Your email address will not be published.