କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଫୁଲ ଚାରା ରୋପଣ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ସ୍ଥିତ ଶିଶୁ ଶିକ୍ଷାୟତନ ଶ୍ରୀ ବିଦ୍ୟାବାଟିକା ପରିସରରେ କୁନି କୁନି ଛାତ୍ରଛାତ୍ରୀମାନେ ଅଭିନବ ଢଙ୍ଗରେ ବନ ମହୋତ୍ସବ ପାଳନ କରିଛନ୍ତି । ବିଦ୍ୟାବାଟିକାର ମୁଖ୍ୟ ଅନିଲ ଚାୱଡାଙ୍କ ଉପସ୍ଥିତିରେ ଫୁଲକୁଣ୍ଡ ପ୍ରସ୍ତୁତ କରାଯାଇଥିବା ବେଳେ କୁନି କୁନି ଛାତ୍ରଛାତ୍ରୀମାନେ ନିଜ ହାତରେ ସେଥିରେ ଫୁଲ ଓ ସୋନ୍ଦର୍ଯ୍ୟକରଣ ଚାରା ରୋପଣ କରିଥିଲେ ଏବଂ ଫୁଲ କୁଣ୍ଡ ସହ ସେମାନେ ମିତ ବସିଥିଲେ । ଏଭଳି ପ୍ରଶଂସନୀୟ କାର୍ଯ୍ୟକ୍ରମଟି ଶିକ୍ଷୟତ୍ରୀ ନିବେଦିତା ସାହୁ, ପୁଷ୍ପମଞ୍ଜରି ସାହୁ ଓ ଗିରିଧାରୀ ମହାନ୍ତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମଟି ସମାଜକୁ ଏକ ବଡ଼ ବାର୍ତ୍ତା ଦେଇଥିଲା ।

Leave A Reply

Your email address will not be published.