om academy

ପୁରୀ ରଥଯାତ୍ରା ପାଇଁ ବୌଦ୍ଧରୁ ଗଲା ରଥକାଠ

jsm

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବନଖଣ୍ଡ ତରଫରୁ ଚଳିତବର୍ଷ ପୁରୀ ରଥଯାତ୍ରା ପାଇଁ ୨୪୦ଖଣ୍ଡ ରଥ କାଠରୁ ଆଜି ୯୬ ଖଣ୍ଡ ରଥକାଠ ରଥ ନିର୍ମାଣ ପାଇଁ ରଥଖଳା ପୁରୀକୁ ପଠାଯାଇଛି । ସମସ୍ତ ରୀତିନୀତି ଆଧାରରେ ପବିତ୍ର ରଥକାଠର ପୂଜାର୍ଚ୍ଚନା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସବୁଜପତାକା ଦେଖାଇ ରଥକାଠ ପ୍ରେରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଶୁଭ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ, ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ, ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଂଜନ ନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ବବିତାରାଣୀ ଦଳବେହେରା, ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ, ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ଗୋଚ୍ଛାୟତ, ବୌଦ୍ଧ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ବେହେରା, ମନମୁଣ୍ଡା ବନାଞ୍ଚଳ ଅଧିକାରୀ ନାରାୟଣ ସ୍ୱାଇଁ, ଗୁନ୍ଦୁଳିଆ ସେକ୍ସନ ବନପାଳ ରବୀନ୍ଦ୍ର କୁମ୍ଭାର, ବୌଦ୍ଧ ସେକ୍ସନ ବନପାଳ ଗୋବର୍ଦ୍ଧନ ମେହେର, ବନରକ୍ଷୀ ରବୀନ୍ଦ୍ର କୁମାର ବାରିକଙ୍କ ସମେତ ବନଖଣ୍ଡ କାର୍ୟ୍ୟାଳୟର କର୍ମଚାରୀ କୋଭିଡ-୧୯ ମାର୍ଗଦର୍ଶିକାକୁ ପାଳନ କରି ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ୨୦୧୮ ମସିହାରେ ବୌଦ୍ଧ ବନଖଣ୍ଡ ତରଫରୁ ୨୫୬ ଖଣ୍ଡ, ୨୦୧୯ରେ ୨୪୮ ଖଣ୍ଡ, ୨୦୨୦ରେ ୩୪୫ଖଣ୍ଡ କାଠ ରଥଖଳାକୁ ପ୍ରେରଣ କରାଯାଇଥିଲା । 

Leave A Reply

Your email address will not be published.