centurian jitm

ପାଇକମାଲ ବ୍ଲକ ସ୍ତରୀୟ କଂଗ୍ରେସ କମିଟି ସଭାପତି ହେଲେ ବିନୋଦ ବିହାରୀ ବିଶ୍ୱାଲ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଚେତନା ସଂଗଠନ କାର୍ୟ୍ୟାଳୟ ଠାରେ ପାଇକମାଲ ବ୍ଲକ ସ୍ତରୀୟ କଂଗ୍ରେସ କମିଟିର ଏକ ବୈଠକ ଗଜରାଜ ସିଂ ପୁଟାଙ୍କ ସଭାପତିତ୍ବରେ କରି ସଭା କାର୍ୟ୍ୟ ପରିଚାଳିତ ହୋଇଥିଲା । ଏହି ବୈଠକରେ ବରଗଡ଼ ଜିଲ୍ଲା ପର୍ୟ୍ୟବେକ୍ଷକ ରାଜ କିଶୋର ଷଡଙ୍ଗୀ, ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ,ପାଇକମାଲ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିନୋଦ କାଲିଆ, ଅଶ୍ବିନୀ ପଟେଲଙ୍କ ସମେତ କଂଗ୍ରେସ କର୍ମୀ ଉପସ୍ଥିତ ରହି ସର୍ବ ସମ୍ମତି କ୍ରମେ ପାଇକମାଲ ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ଶ୍ରୀ ବିନୋଦ ବିହାରୀ ବିଶ୍ୱାଲ ଓ କୋଷାଧ୍ୟକ୍ଷ ଭାବେ ଚନ୍ଦୁଲାଲ ପ୍ରଧାନ ରୂପେ ଚୟନ କରାଯାଇଥିଲା । ବ୍ଲକ ସଭାପତି ଶ୍ରୀ ବିଶ୍ୱାଲ ଓ କୋଷାଧ୍ୟକ୍ଷ ଶ୍ରୀ ପ୍ରଧାନ ହୋଇ ଥିବାରୁ କଂଗ୍ରେସ ମହଲରେ ଆନନ୍ଦ ଖେଳି ଯାଇଛି ।

Leave A Reply

Your email address will not be published.