pr

ପଦ୍ମପୁରରେ ବିଜେପି ପ୍ରତି ଜନସମର୍ଥନ ବଢୁଛି : ବିଜେଡି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ମଣ୍ତଳ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ବୈଠକ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବ୍ୟାପକ ଭାବେ ଅନୁଷ୍ଠିତ ହେଉଛି । ବିଜେଡି ଓ କଂଗ୍ରେସ ବହୁ କର୍ମୀ ବିଜେପିରେ ସାମିଲ ହେବାରେ ଲାଗିଛନ୍ତି । ପଦ୍ମପୁର ଅଞ୍ଚଳରେ ଜନ ସମର୍ଥନ ମଧ୍ୟ ବଢିବାରେ ଲାଗିଛି । ଆଜି ଝାରବନ୍ଧ ବ୍ଲକର ଭଣ୍ତାରପୁରୀ ଓ ନିଲିଜିପତ୍ରା ଠାରେ ବିଜେପିର କର୍ମୀ ସମାବେଶ ମଣ୍ତଳ ସଭାପତି ହରେକୃଷ୍ଣ ପଟେଲଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ହୋଇଥିବା ବେଳେ ଉଭୟ ସ୍ଥାନରେ ଶତାଧି କର୍ମୀ ଉପସ୍ଥିତ ରହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦରେ ବିଜେପି ପ୍ରାର୍ଥୀ ମାନଙ୍କୁ ନିର୍ବାଚିତ କରିବା ପାଇଁ ସଂକଳ୍ପ ନେଇଥିଲେ । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜେଡି ନେତା ଯୋଗେଶ୍ୱର ଡନସେନା, ସନ୍ତୋଷ ସିଦ୍ଧାର, ବାବୁଲାଲ ପଟେଲ, ସୁମୀତ୍ରା ସିଦ୍ଧାର, ଶ୍ରୀମତୀ କୁନ୍ଦଲତା ଭୋଇ ପ୍ରମୁକ ବିଜେପିରେ ସାମିଲ ହୋଇଥିଲେ । ବୁଥ ସ୍ତରର କାର୍ଯ୍ୟକର୍ତ୍ତା ମାନଙ୍କ ମତାମତ ଆଧାରରେ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନ କରାଯିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ସୂଚନା ଦେଇଥିଲେ । ଉପରୋକ୍ତ ସଭା ମାନଙ୍କରେ ବିଜେପି ବରିଷ୍ଠ ନେତା ହରିହର ସାହୁ, ମାନଭଞ୍ଜନ ମିର୍ଦ୍ଧା, ସାମନ୍ତ ଚନ୍ଦ୍ରଶେଖର ମୁନା, ମେନେଜର ପଟେଲ, ମନୋଜ ପ୍ରଧାନ, ପଦ୍ମନ ରଣା, ଗିରିଧାରୀ ପଟେଲ, ଦିବ୍ୟ ଶଙ୍କର ଭୋଇ, ଗଙ୍ଗାଧର ସାହୁ, କୁବେର ସାହୁ, ସୁରେନ୍ଦ୍ର ଭୋଇ, ମନବୋଧ ପଟେଲ, ବାଳମୁକୁନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.