jayashree

ନୃସିଂନାଥରେ ବି‌ଶ୍ୱ ଜଙ୍ଗଲ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜକୁ ଦଶ ବର୍ଷ ହେବ ସମଗ୍ର ବିଶ୍ୱରେ ୨୧ ମାର୍ଚ୍ଚକୁ ବିଶ୍ୱ ଜଙ୍ଗଲ ଦିବସ ରୂପେ ପାଳନ କରାଯାଉଛି । ଏହି ଦିବସରେ ବୃକ୍ଷ ହିଁ ଜୀବନ, ଶିଶୁଟିଏ ଗଛଟିଏର ସ୍ଲୋଗାନ ଦେଇ ବିଶ୍ୱ ଜଙ୍ଗଲ ଦିବସ ନୃସିଂନାଥ ବନଖଣ୍ଡ ଅଧିକାରୀଙ୍କ ଶ୍ରୀ ଜି ପ୍ରଧାନଙ୍କ ସଭାପତିତ୍ୱରେ ନୃସିଂନାଥ ଠାରେ ବି‌ଶ୍ୱ ଜଙ୍ଗଲ ଦିବସ ମହା ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିନରେ ଥିବା ସମସ୍ତ ଗ୍ରାମର ବନସ୍ପତି ବନପ୍ରକଳ୍ପ ସଭାପତି ଓ ଜନ ସାଧାରଣଙ୍କ ସହ ବିଭାଗୀୟ ଫରେଷ୍ଟ ଗାର୍ଡ, ଫରେଷ୍ଟ ଉପସ୍ଥିତ ଥିଲେ । ଜଙ୍ଗଲ ସୁରକ୍ଷା, ନିଆଁରୁ ଯେମିତି ଜଙ୍ଗଲ ଜଳି ନ ଯାଉ, ବୃକ୍ଷର ମହ‌ତ୍ୱ ଓ ଗନ୍ଧମାର୍ଦ୍ଦନ ପାହାଡରେ ବନୌଷଧିକୁ ଯୋଗୀ ରଖି ବଞ୍ଚିବା ସହ ପଡିଆ ଜମିରେ ବୃକ୍ଷରୋପଣ କରି ସବୁଜ ଦୁନିଆ ଗଢିବାର ବିଷୟ ଉପରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ହୁ ହୁ ହୋଇ ନିଆଁରେ ଜଳୁଛି ଜଙ୍ଗଲ । ସାଧାରଣତଃ ପାହାଡର ନିମ୍ନଭାଗରେ ଥିବା ଗ୍ରାମ ମାନଙ୍କର ମହିଳା ପୁରୁଷ ମହୁଲ ସଂଗ୍ରହ କରିବା ପାଇଁ ଗଛ ମୂଳରେ ନିଆଁ ଲଗାଇ ଥିବା କେନ୍ଦୁ ପତ୍ର ତୋଳିବା ପାଇଁ ମଧ୍ୟ ନିଆଁ ପ୍ରୟୋଗ କରିଛନ୍ତି । ଏମିତି ଅନେକ ଆଲୋଚନାରେ ଉପସ୍ଥିତ ସମସ୍ତ ସଦସ୍ୟ ଓ ବିଭାଗୀୟ କର୍ମଚାରୀ ମତରଖି ଥିଲେ । ଗାଁ ମାନଙ୍କରେ ସଚେତନ କରି ଜଙ୍ଗଲ ସୁରକ୍ଷାର ଦିଗଦର୍ଶନ ଦେଇ ସଭାକାର୍ଯ୍ୟକୁ ଶ୍ରୀ ପ୍ରଧାନ ସମାପନ କରିଥିଲେ ।

Leave A Reply

Your email address will not be published.