ବିଷୁବ ମିଳନ ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ଗ୍ରାପର ବ୍ରହ୍ମଣୀ ନାଟ ଏଣ୍ଡ କଲଚରାଲ ଏସଓସିଏସନ ପକ୍ଷରୁ ବିଷୁବ ମିଳନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଳାକାର ଲିଙ୍ଗରାଜ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ନାଟ୍ୟକାର ହରିହର ପ୍ରଧାନ, ଅନ୍ୟତମ ଅତିଥି ଭାବେ ଲକ୍ଷ୍ମଣ ମହାପାତ୍ର, ବରିଷ୍ଠ ମଞ୍ଚ ଅଭିନେତା ବାମନ ଚରଣ ମହାନ୍ତି ଯୋଗଦେଇ ବିଷୁବ ସଂକ୍ରାନ୍ତିର ବିଶେଷତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଗତକାଲି ଓଡ଼ିଆ ନବବର୍ଷ ଥିଲା ଓ ଗତକାଲି ଠାରୁ ନୂତନ ପାଞ୍ଜିର ଶୁଭାରମ୍ଭ ହେବାକଥା ଆଲୋଚନା କରାଯାଇଥିଲା । ଏକ ସୃଜନଶୀଳ ପରିବେଶ ମଧ୍ୟରେ ନାଟକ ଓ ସାହିତ୍ୟ ସମ୍ପର୍କରେ ମୁଖ୍ୟ ଅତିଥି ହରିହର ପ୍ରଧାନ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଂଜୁ ଅମାତ, ସୁକାନ୍ତ ପ୍ରଧାନ, ବଉଳ ନଟ ଏଣ୍ଡ କଳଚରାଲ ଏସଓସିଏସନର ସଭାପତି ଅର୍ଜୁନ ପ୍ରଧାନ ଓ ସମ୍ପାଦକ ନେପାଳ ପଲିଆ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଶିବ କମ୍ପ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.