oom

ପୁରୁଣା କଟକ ବଜାରରେ ବିଜେଡ଼ି ପକ୍ଷରୁ ବିଶାଳ ରାଲି

jsmm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଚଳିତ ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଜିଲ୍ଲାରେ ରାଜନୈତିକ ସରଗରମ ହୋଇପଡିଥିବା ବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ତିନି ପ୍ରମୁଖ ଦଳର କର୍ମୀ ମାନଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ହାତରେ ପ୍ରଚାର ପାଇଁ ଆଉ ଗୋଟାଏ ଦିନ ଥିବା ବେଲେ ତିନି ପ୍ରମୁଖ ଦଲ ନେତା ଓ କର୍ମୀ ମାନଙ୍କ ପକ୍ଷରୁ ଦିନ ରାତି ଏକ କରି ପ୍ରଚାର କରୁଥିବା ଦେଖିବାକୁ ମିଳିଛି ଏହି କର୍ମରେ ପ୍ରଚାର ସରିବାର ଦିନକ ପୂର୍ବରୁ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରମୁଖ ଅଞ୍ଚଳ ହରଭଙ୍ଗା ବ୍ଲକ୍ ପୁରୁଣା କଟକ ବିଜୁ ଜନତା ଦଳ ପକ୍ଷରୁ ଦମ୍‌ଦାର୍‌ ପ୍ରଚାର କରଯାଇଛି । ଏଥିରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଯୋଗଦେଇ ପୁରୁଣା କଟକସ୍ଥିତ ମାଁ ଭୈରବୀଙ୍କ ଦର୍ଶନ କରୀ ନିଜ ସମର୍ଥକ ମାନଙ୍କ ସହ ପୁରୁଣା କଟକ ସହର ପରିକ୍ରମା କରି ଭୋଟ୍‌ ଭିକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ହିତକାରୀ ଯୋଜନାରେ ଏବଂ ମୂଖ୍ୟମନ୍ତ୍ରୀଙ୍କୁ ଷଷ୍ଠଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରୂପେ ଦେଖିବା ପାଇଁ ଯୋଡ଼ି ଶଙ୍ଖରେ ସମସ୍ତେ ଭୋଟ୍‌ ଦେବାପାଇଁ ଅମାତ ଲୋକମାନଙ୍କୁ ଭୋଟ୍‌ ଭିକ୍ଷା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମର ବିଜେଡ଼ି ପର୍ଯ୍ୟବେକ୍ଷକ ନିରଞ୍ଜନ କର୍ଣ୍ଣ, ବରିଷ୍ଟ ବିଜେଡ଼ି ନେତା ତାରିଣୀ ମହାପାତ୍ର, ମୃତ୍ୟୁଞ୍ଜୟ ମିଶ୍ର, ଅଶୋକ ସାହୁ, ରବି ପ୍ରଧାନ, ସରୋଜ ପ୍ରଧାନ, ଅଶୋକ ସେଠୀ, ସୁଶାନ୍ତ ପ୍ରଧାନଙ୍କ ସହ ବହୁ ମହିଳା ଏବଂ ପୁରୁଷ ସାମିଲ୍ ହୋଇଥିଲେ ।

jittmm
Leave A Reply

Your email address will not be published.