ଏଆଇକେଏସ୍‌ସିିସିି ଆହ୍ୱାନରେ କଳା କୃଷି ଆଇନ ପ୍ରତ୍ୟାହାର ଦାବୀରେ ଏଆଇକେକେଏମ୍‌ଏସ୍‌ର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ଭାରତୀୟ କିଷାନ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ଜନ ବିରୋଧୀ କେନ୍ଦ୍ର ସରକାର ଆଣିଥିବା ୩ଟି କଳା କୃଷି ଆଇନ ପ୍ରତ୍ୟାହାର ଦାବୀରେ ଦେଶବ୍ୟାପୀ ଜିଲ୍ଲାପାଳ କାର୍ଯ୍ୟାଳୟ ଗୁଡିକ ସମ୍ମୁଖରେ ଧାରଣା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଅଲ୍‌ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ (ଏଆଇକେକେଏମ୍‌ଏସ୍‌) ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ତିନି କଳା ଆଇନ ଅବିଳମ୍ବେ ପ୍ରତ୍ୟାହାର କରିବା ପାଇଁ ଦାବୀ କରାଯାଇଥିଲା । ତା’ପରେ ଜୟ କିଷାନ ଆନ୍ଦୋଳନର ମିଳିତ ମଞ୍ଚରେ ସାମିଲ ହୋଇ ସର୍ବ ଭାରତୀୟ କୃଷକ ଆନ୍ଦୋଳନକୁ ସମର୍ଥନ କରାଯାଇଥିଲା । ଏହି କଳା କୃଷି ଆଇନ ଫଳରେ କୃଷକମାନେ ସେମାନଙ୍କର ସାମ୍ବିଧାନିକ ଓ ମୋ÷÷ଳିକ ଅଧିକାର ହରାଇବେ । ପୁଞ୍ଜିପତି, ବ୍ୟବସାୟୀ ଏବଂ କର୍ପୋରେଟ ସଂସ୍ଥାମାନେ ଲାଭବାନ ହେବେ । କୃଷି ବଜାରରେ ସେମାନେ ସଂପୂର୍ଣ୍ଣ ଭାବରେ ବିନା ବାଧାରେ ପ୍ରବେଶ କରି ସମଗ୍ର ବଜାରକୁ ଦଖଲ କରିବାର ଆଇନଗତ ଅଧିକାର ପାଇବେ । କୃଷକମାନେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟକୁ ଦେଶର ଗୋଟିଏ ବଜାରରେ ବିକ୍ରି କରିବା କଥା ସରକାର କହୁଥିଲେ ବି ବାସ୍ତବରେ ପୁଞ୍ଜିପତି ଲାଭଖୋର ବ୍ୟବସାୟ ପାଇଁ ଗୋଟିଏ ବଜାର ତିଆରି ହେବ । ସେହିପରି ଆଳୁ, ପିଆଜ, ଡାଲି, ତୈଳ ଜାତୀୟ ଦ୍ରବ୍ୟ ଆଦି ଅତ୍ୟାବଶ୍ୟକ ସମଗ୍ରୀ ଆଇନରୁ ବାଦ ପଡିବା ଫଳରେ ବ୍ୟବସାୟୀମାନେ ଏ ସବୁକୁ ମହଜୁଦ କରି କଳା ବଜାର କରିବା ପାଇଁ ଅଖଣ୍ଡ କ୍ଷମତାର ଅଧିକାରୀ ହେବେ ଓ ସରକାର ଦର ନିୟନ୍ତ୍ରଣ କରିବାର ଅଧିକାର ହରାଇବେ । ଯାହା ଫଳରେ ଆକାଶଛୁଆଁ ଦରବୃଦ୍ଧି ପାଇବ । ଘରୋଇ ଧାନମଣ୍ଡି ଜରିଆରେ କର୍ପୋରେଟମାନେ ଧାନ କିଣିବାର ଅଧିକାର ପାଇବେ ଏବଂ ନିଜ ଇଚ୍ଛାନୁସାରେ ଧାନର ମୁଲ୍ୟ ନିର୍ଦ୍ଧାରଣ କରିବେ । ଯାହା ଫଳରେ ଅକ୍ଲାନ୍ତ ପରିଶ୍ରମ କରି ରକ୍ତ ନିଗାଡି ଚାଷୀ ଅମଲ କରିଥିବା ଉତ୍ପାଦି ଶସ୍ୟକୁ ଶାଗମାଛ ମୁଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେବେ । ତେଣୁ ଚାଷୀ ସ୍ୱର୍ଥ ବିରୋଧୀ ୩ଟି କଳା ଆଇନ ତୁରନ୍ତ ପ୍ରତ୍ୟହାର କରିବାକୁ ବକ୍ତାମାନେ ଦାବୀ କରିଥିଲେ । ଏହି ବିକ୍ଷୋଭରେ ଜିଲ୍ଲା ସଂଗଠକ ହୃଦାନନ୍ଦ କରୁଆଁ, ସୁନିଲ ଭୋଇ, କୁଶପୃଷ୍ଟି ବାଗ, ମଧୁସୁଦନ ବାଗ, ରାଜେନ୍ଦ୍ର ରଣା ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.

error: Content is protected !!