pr

ମୋଟର ସାଇକେଲ ଦୁର୍ଘଟଣାରେ ଯୁବକ ମୃତ

dr. purohit

ନବରଙ୍ଗପୁର : ଆଜି ସକାଳେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମାଝିଗୁଡା ଛକ ପାଖରେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ସୂଚନା ଅନୁସାରେ ଡାବୁଗାଁ- ବୋରିଗାଁ ମୁଖ୍ୟ ରାସ୍ତାରେ ମାଝିଗୁଡା ଗ୍ରାମ ଛକ ନିକଟରେ କାମତା ଗ୍ରାମରୁ ସପନ ଭତ୍ରା(୨୦) ଏକ ମୋଟରସାଇକେଲ ନଂ ଓଡି ୨୪ ସି ୪୧୬୬ ଯୋଗେ ଡାବୁଗାଁ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାର ଡାହାଣ କଡକୁ ଓଲଟି ପଡି ଗୁରୁତର ଆହତ ହୋଇଥିଲେ । ଗ୍ରାମବାସୀମାନେ ଏକ ମୋଟର ସାଇକେଲରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍‌ଙ୍କୁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନାରେ କୁହାଯାଇଛି ।

nrusinghnath
Leave A Reply

Your email address will not be published.