oom

ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମର୍ଦ୍ଧନା

jsmm

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କ ଅଧକ୍ଷତାରେ କୋବିଡ଼-୧୯ ନିୟମ ପାଳନ ପୂର୍ବକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ବସନ୍ତ ବାଗଙ୍କ ସରକାରୀ ଚାକିରୀରୁ ଅବସର ଜନିତ ବିଦାୟକାଳୀନ ସମର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିଚାଳନା କମିଟିର ଅଧକ୍ଷା ଶ୍ରୀମତୀ ସରସ୍ୱତୀ ଭୋଇ, ଉପାଧ୍ୟକ୍ଷ ବିଶ୍ୱନାଥ ଦାସ ମଂଚାସୀନ ଥିଲେ । ସ୍କୁଲ ପରିଚାଳନା କମିଟି ସଦସ୍ୟ ଅଭିମନ୍ୟୁ ପୃଷ୍ଟି ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବୃନ୍ଦାବନ ଦାସ ସମସ୍ତଙ୍କୁ ସ୍ୱାଗତ କରିଥିବା ସଂଗେ ସଂଗେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶିକ୍ଷକ ପ୍ରେମାନନ୍ଦ ବେହେରା ମାନପତ୍ର ପଠନ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଭୋଇ ଉପଢୌକନ ପ୍ରଦାନ ସଂଗେ ସଂଗେ ପ୍ରୋଭିଜିନାଲ ପେନସନ ପେପର୍‌ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ସାହୁ, ମୀନତି ଦାସ, ନୀଳିମା ରାଣୀ ମହାନ୍ତି, ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଜୀବନାନନ୍ଦ ସାହୁ, ମାନସ ଶତପଥି, ସୁରେଶ ଚୌହାନ,କାର୍ୟ୍ୟାଳୟ ସହାୟିକା ସୁଷମା ଦାସ ପ୍ରମୁଖ ବିଦାୟୀ ବସନ୍ତ ବାଗଙ୍କ କର୍ମମୟ ଜୀବନ ବିଷୟରେ ବକ୍ତବ୍ୟ ରଖିଥିଲେ । ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ କାର୍ୟ୍ୟକ୍ରମରେ ଵିଶେଷ ସହଯୋଗ କରିଥିଲେ । ଶେଷରେ ହିନ୍ଦୀ ଶିକ୍ଷକ ସୁରେନ୍ଦ୍ର କୁମାର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.