ବିବାଦ ଘେରରେ ଓଟିଡିସି ବଙ୍ଗଳା ଓ ଟୁରିଷ୍ଟ ଅଫିସର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ନୃସିଂହନାଥ ପ୍ରସିଦ୍ଧ ତୀର୍ଥ କ୍ଷେତ୍ରରେ ଥିବା ଟୁରିଷ୍ଟ ବଙ୍ଗଳା (ଓଟିଡିସି) ଓ ଟୁରିଷ୍ଟ ଅଫିସର ବିବାଦୀୟ ପରିସ୍ଥିତିରେ ପହଞ୍ଚିଛି । ଗୁରୁବାର ଦିନ ଏଠାରେ ଥିବା ନୁତନ ନିର୍ମିତ ୪ଗୋଟି କଟେଜକୁ ପଦ୍ମପୁର ବିଧାୟକ ଶୁଭ ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ଓଡିଶାର ପର୍ୟ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିବ ଆର. ଯାଦବ ଓ ବିଭାଗୀୟ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଗତ ପାଞ୍ଚ ବର୍ଷ ହେବ ଓଟିଡିସି ବଙ୍ଗଳା ପାଇଁ କେହି ଷ୍ଟାଫ୍ ନିଯୁକ୍ତି ଦିଆଯାଇ ନାହିଁ । ବରଗଡ଼ରେ ଥିବା ଟୁରିଷ୍ଟ ଅଫିସର ପ୍ରମୋଦ କୁମାର ସିଂ ପାଇକମାଲର ସାନ ବାରିକଙ୍କୁ ଅସ୍ଥାୟୀ ଭାବରେ ରକ୍ଷଣା ବେକ୍ଷଣ ପାଇଁ ମୌଖିକ ଆଦେଶ ଦେଇ ବଙ୍ଗଳାର ସମସ୍ତ ଚାବି ହସ୍ତାନ୍ତର କରିଥିଲେ । ତେବେ ନୁତନ ୪ ଗୋଟି କଟେଜ ଓ ପୁରୁଣା ଓଟିଡିସି ବଙ୍ଗଳା ବତ୍ତର୍ମାନ ମନ୍ଦିର ପରିଚାଳନା କମିଟିକୁ ହସ୍ତାନ୍ତର କରାଯିବା ପାଇଁ ପର୍ୟ୍ୟଟନ ନିର୍ଦ୍ଦେଶକ ଶ୍ରୀ ଯାଦବ ଗୁରୁବାର ଆଲୋଚନା କରିଛନ୍ତି । ଏ ପଟେ ଶ୍ରୀ ବାରିକ ଦୀର୍ଘ ୫ ବର୍ଷ କାମ କରି ତାଙ୍କର ପାଉଣା ପାଇ ନ ଥିବାରୁ ଚାବି ହସ୍ତାନ୍ତର କରିବେ ନାହିଁ ବୋଲି ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଂକୁ ତଥା ଟୁରିଷ୍ଟ ଅଫିସର ଶ୍ରୀ ସିଂଙ୍କୁ କହିଛନ୍ତି । ଏ ନେଇ ଶ୍ରୀ ସିଂଙ୍କୁ ପଚାରିବାରୁ ସାନ ବାରିକ ଓଟିଡିସି ବଙ୍ଗଳା ଦାୟିତ୍ୱରେ ଥିଲା ଏବଂ ମାସକୁ ଯାହା ଆୟ ହେଉଥିଲା ସେଥିରୁ ତାର ପାଉଣା ରଖୁଥିଲା । ବାକି ଟଙ୍କା ମୋତେ ଦେଉଥିଲା, ତେଣୁ ସେ ଆଉ କୋଉଠୁ ପାଉଣା ପାଇବ ବୋଲି କହିଥିବା ବେଳେ ସାମ୍ବାଦିକ ମାନେ ପୁଣି ପଚାରି ଥିଲେ ଯେ ଶ୍ରୀ ବାରିକ ମାସକୁ କେତେ ଟଙ୍କା ରଖୁଥିଲେ ଏବଂ ତୁମକୁ କେତେ ଟଙ୍କା ଦେଉଥିଲା ? ଯଦି ଟଙ୍କା ରଖୁଥିଲେ, ତେବେ ୫ବର୍ଷର ପାଉଣା କାହିଁକି ମାଗୁଛନ୍‌ନ୍ତି ? ଏଥିରେ ଟୁରିଷ୍ଟ ଅଫିସର ଶ୍ରୀ ସିଂ କିଛି ଉତ୍ତର ଦେଇ ନଥିଲେ । ଅର୍ଥାତ ୫ବର୍ଷ ଯାଏଁ ବରଗଡ଼ରେ ଥିବା ଟୁରିଷ୍ଟ ଅଫିସର ପ୍ରମୋଦ କୁମାର ସିଂ ସମସ୍ତ ଆୟ ଟଙ୍କା ଆତ୍ମସାତ କରିଛନ୍‌ନ୍ତି। ତାଙ୍କର ଜଣେ ପରିଚୟ ଲୋକଙ୍କୁ ବଙ୍ଗଳା ଦାୟିତ୍ୱ ବିନା କାଗଜପତ୍ରରେ ସମର୍ପି ଦେଇ ଘରେ ବସି ସମସ୍ତ ବଙ୍ଗଳାର ଆୟ ଟଙ୍କା ବିଭାଗକୁ ମଧ୍ୟ ଯାଇନାହିଁ । ତେଣୁ ଏହାର ଏକ ତଦନ୍ତ କରାଯାଉ, ଯଦି ତଦନ୍ତ ନ ହୁଏ ତେବେ ସମସ୍ତଙ୍କର ଏଥିରେ ଭାଗ ବଣ୍ଟା ଥିବା ବୋଲି ଜଣାପଡିବ ବୋଲି ଲୋକେ ଆଲୋଚନା କରୁଛ‌ନ୍ତି । ତଦନ୍ତ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.