୧୦୮ ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ଭଙ୍ଗାରୁଜା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିରିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା । ୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଅଭିଯୋଗରେ ଟେକା ପଥର ମାରି ଆମ୍ବୁଲାନ୍ସ ଭାଙ୍ଗି ଦେଲେ ଦୁର୍ବୁତ୍ତ । ଟେକା ପଥର ମାଡ଼ରେ ଚାଳକ ସହ ଦୁଇ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏକ ଦୁର୍ଘଟଣାରେ ଆହତ ରୋଗୀଙ୍କୁ କଟକ ନେବା ପାଇଁ ଆସିଥିଲା ୧୦୮ ଆମ୍ବୁଲାନ୍ସ । ଡାକ୍ତରଖାନାରେ ପଶି ଡାକ୍ତରଙ୍କୁ ବି ଦୁର୍ବ୍ୟବହାର କରିଥିଲେ । ଖବର ପାଇ ଘଟଣାସ୍ଥଳରେ ବିରିଡି ପୋଲିସ ପହଞ୍ଚିଛି । ତେ​‌ବେ ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.