ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କୁଚା ଗାଁ ଠାରେ ଅବସ୍ଥିତ ମା’ ଲଙ୍କେଶ୍ୱରୀଙ୍କ ୩୮ତମ ବାର୍ଷିକ ମହୋତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ମହାସମାରୋହରେ ପାଳିତ ହୋଇଯାଇଛି । ଗାଁର ଇଷ୍ଟଦେବୀ ଭାବରେ ପୂଜା ପାଇ ସମଗ୍ର ଅଞ୍ଚଳରେ ଶ୍ରଦ୍ଧା ଓ ବିଶ୍ୱାସର ପ୍ରତୀକ ସାଜି ଥିବା ମା’ଙ୍କ ପୂଜା ଅର୍ଚ୍ଚନା ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ଅନେକ ଶ୍ରଦ୍ଧାଳୁ ମାନସିକଧାରୀ ମାନେ ମା’ଙ୍କ ପାଖରେ ଛାଗବଳି ମାନ ଅର୍ପଣ କରିଥିଲେ । ସାଂସ୍କୃତିକ ସନ୍ଧ୍ୟାରେ କଳାହାଣ୍ଡିର ବୀରବାଦ୍ୟ ଘୁମୁରା ଓ ନାଟକ ପ୍ରତିଯୋଗିତାରେ ହଜାର ହଜାର ଦର୍ଶକ ସାମିଲ ହୋଇଥିଲେ । ଆୟୋଜିତ ଘୁମୁରା ପ୍ରତିଯୋଗିତା ମଣ୍ଡପରେ ସ୍ଥାନୀୟ ସରପଞ୍ଚ ଅଷ୍ଟମୀ ଦୁର୍ଗା ଅଧ୍ୟକ୍ଷତା କରିଥିବା ବେଳେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଷାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଗାଁର ଭାଇଚାରା ଓ ଗ୍ରାମବାସୀଙ୍କ ଗାଁର ବିକାଶ ପାଇଁ ରହିଥିବା ମାନସିକତାକୁ ପ୍ରଶଂସା କରିଥିଲେ । ନାଏବ ସରପଞ୍ଚ ଶ୍ରୀରାମ ଶବର, ଫକିର ଚରଣ ଦାସ, ସୁରେନ୍ଦ୍ର ଦାସ, ନବୀନ ଦାସ, ସମିତି ସଭ୍ୟ ଇଶ୍ମାଇଲ୍ ବାଗ, ଦେବ କିଶୋର ନାଏକ, ପିଇଓ ଦୈତାରି ଖମାରୀ, ଭୁବନେ ବାଣୁଆ ଓ ଅନେକ ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗ ଦେଇଥିଲେ । ମଞ୍ଚରେ ଘୁମୁରା ଓ ନାଟକର ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ତରୁଣ ଦାସ ମଞ୍ଚ ପରିଚାଳନା କରିଥିଲେ ।