ରୁଗୁଡ଼ିଖାଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରୁଗୁଡ଼ିଖାଲ ମାନସ ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସୁବର୍ଣ୍ଣପୁର ସଂକୁଳ ପ୍ରମୁଖ ରଘୁନାଥ ବେହେରା ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଯୁଧିଷ୍ଠିର ପାଣିଗ୍ରାହୀ, ବୁଢୀପଦର ସରପଞ୍ଚ ଲକ୍ଷ୍ମୀ ପଧାନ, ନଅଗାଁ(ଖ) ସରପଞ୍ଚ ବୃନ୍ଦାବନ ସେଠ, ବେନ୍ଦ୍ରା ସମିତି ସଭ୍ୟା ସତ୍ୟବତୀ କୁଅଁର, ଜିଲ୍ଲା ପରିଷଦ ସଭ୍ୟା ବୀଣାପାଣି ଦାସ ଶିଶୁମନ୍ଦିର ପରିଚାଳନା ସମିତି ସଭାପତି ମୁରଲୀ ପଧାନ, ସମ୍ପାଦକ ଭବାନୀ ଶଙ୍କର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଗଜେନ୍ଦ୍ର ଦଣ୍ଡସେନା, ରତ୍ନାକର ମିଶ୍ର, ସଦାନନ୍ଦ ପସାୟତ, ପ୍ରଧାନ ଆଚାର୍ଯ୍ୟ ଦେବଯାନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବୀଣାପାଣିଙ୍କ ପୂଜାର୍ଚ୍ଚନା ପରେ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଶ୍ରୀମତୀ ସାହୁ କାର୍ଯ୍ୟକ୍ରମ ପରିଚାଲନା କରିବା ସହିତ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ସର୍ବବିଧ ଉନ୍ନତି କଳ୍ପେ ମୁଖ୍ୟ ଅତିଥି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ବିଭିନ୍ନ ପ୍ରତିଯୋଗିତାର ୫୦ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଆଚାର୍ଯ୍ୟ ଶ୍ରୀବଛ ପଧାନ, ରମେଶ ଦ୍ୱାରି, ଅମ୍ବରୀଶ ବିଶ୍ୱାଳ, ଆଚାର୍ଯ୍ୟା ରେଣୁକା ପୁଟେଲ, ସଂଘମିତ୍ରା ମଲ୍ଲିକ, ସୁଜାତା ପୁଟେଲ, ମାନସୀ ଦିଶେରୀ, ଜ୍ୟୋତିର୍ମୟୀ ମହାଲିଙ୍ଗ, ସୁଚିତ୍ରା ପଧାନ, ମାୟାବତୀ ମଲ୍ଲିକ, କିରଟି ମହାକୁରଙ୍କ ସମେତ ପରିଚାଲନା କମିଟିର ଗଣେଶ ପଧାନ, ପ୍ରହଲ୍ଲାଦ ପଧାନ, ରଶ୍ମିତା ମହାକୁର, ରଞ୍ଜନ ମହାଲିଙ୍ଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.