pr

ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ କମ୍ବଳ ବଣ୍ଟନ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମହିମୁଣ୍ଡା ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ କମ୍ବଳ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହିମୁଣ୍ଡା, ସିରାବାହାଲ ଓ ଡାର୍ହମାଲର ୫୦ ଜଣ ଅସହାୟ ଗରିବ ବୁଢାବୁଢ଼ୀମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ମହିମୁଣ୍ଡା ଶିଶୁ ମନ୍ଦିର ସଭାପତି ରାମ ବିଶ୍ୱାଲ ଉପସ୍ଥିତ ଥିଲେ । ସଂଯୋଗ ସାହୁ କାର୍ୟ୍ୟକ୍ରମକୁ ପରି·ଳନା କରିଥିବା ବେଳେ ସଦସ୍ୟା ଅଲିଭା ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ୟ୍ୟକ୍ରମକୁ ସୁବୋଧ ବିଶ୍ୱାଲ, ମହେନ୍ଦ୍ର ପ୍ରକାଶ ପଧାନ, ଗୋପବନ୍ଧୁ ସାହୁ, କଂସାରି ବିଶ୍ୱାଲ, ଶ୍ରୀମନ୍ତ ଗଡତ୍ୟା, କୌସ୍ତବମନି ପଧାନ, ଶ୍ରୀମନ୍ତ ବାରିକ, ଦିଲିପ ନାଏକ, ତୁଷାର ପଧାନ, ଜିତେନ୍ଦ୍ର ବିଶ୍ୱାଲ, ମଳୟ ଗଡତ୍ୟା, ଜ୍ୟୋସ୍ନାମୟୀ ପଧାନ, କେଶବ ପଧାନ, ସୁରଥ ପଧାନ, ସଚିଦାନନ୍ଦ ସାହୁ, ରାଜୁ ବେହେରା, ଦୈତାରି ସାହୁ, ଦିବ୍ୟା ପଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ଦେବାଶିଷ ପଧାନ, ନରେନ୍ଦ୍ର ସାହୁ, ବାସୁଦେବ ସାହୁ, ସନ୍ତୋଷ ପଧାନ, ଉପେନ୍ଦ୍ର ପଧାନ, ବଣ୍ଟି ଭୋଇ, ଆକାଶ ପଧାନ, ଜଗନ୍ନାଥ ବିଶ୍ୱାଲ ଓ ପ୍ରଶାନ୍ତ ବିଶ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.