ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ରାଜ୍ୟରେ ଆଳୁ ସଙ୍କଟ ଦୂର କରିବାକୁ ଚଳିତ ବର୍ଷ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଆଜି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁତଲା ବ୍ଲକ ଉଦ୍ୟାନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅତିରିକ୍ତ କୃଷି ଅଧିକାରୀ ଲଲାଟ କିଶୋରୀ ବାଗଙ୍କ ଉପସ୍ଥିତରେ ଆଳୁ ବିହନ ବିତରଣ କାର୍ଯ୍ୟକ୍ରମ ହୋଇଥିଲା । ରାଜ୍ୟରେ କିଛି ମାସ ଆଗରୁ ଆଳୁ ସଙ୍କଟ ଦେଖା ଦେଇଥିଲା । ସରକାର ପଶ୍ଚମ ବଙ୍ଗାଳକୁ ଆଳୁ ମାଗିଥିବା ବେଳେ ବଙ୍ଗାଳ ସରକାର ଆଳୁ ଦେବାକୁ ମନା କରିଦେଇଥିଲା । ତେଣୁ ଆଗକୁ ଯେମିତି ଆଳୁ ସଙ୍କଟ ନହେବ ଏଠିକାର ଚାଷୀ ଆଳୁ ଚାଷ କରିବେ ସେନେଇ ସରକାର ଉଦ୍ୟମ ଆରମ୍ଭ କରିଛି । ତେବେ ଆଜି ପ୍ରତ୍ୟେକ ଚାଷୀ ୩ ବସ୍ତା ଲେଖାଏଁ ଆଳୁ ବିହନ ବଣ୍ଟନ କରାଯାଇ ଥିବା ବେଳେ ଚାଷୀ ମାନେ ଆଳୁ ଚାଷ କରି ସଫଳ ହେବେ ବୋଲି କହିଛନ୍ତି ।