om academy

ବିଧବା ବୃଦ୍ଧା ମହିଳା ଆବାସ ଯୋଜନାରୁ ବଞ୍ଚିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବା ସକାଶେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାନ ପ୍ରଣୟଣ କରାଯାଇଛି । ମାତ୍ର ପ୍ରଶାସନର ଦୂର ଦୃଷ୍ଟି ଅଭାବ ହେତୁ ପ୍ରକୃତ ହିତାଧିକାରୀ ସାମାଜିକ ସୁରକ୍ଷାରୁ ବଞ୍ଚିତ ହେଉଛନ୍ତି । ଏପରି ଏକ ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ବାଦିକଟା ଗ୍ରାମ ପଞ୍ଚାୟତ ସାପଲହର ଗ୍ରାମରେ । ସତ୍ୟମତି କୁମ୍ଭାର ଦୟନୀୟ ଅବସ୍ଥାରେ ଚାଳଘରେ ବସବାସ କରୁଥିବାର ଦୃଶ୍ୟ ସମ‌ସ୍ତଙ୍କ ମଧ୍ୟରେ ଏକ ଆଲୋଡନ ସୃଷ୍ଟି କରିବ । ବିଧବା ବୃଦ୍ଧା‌ଙ୍କ ୨ ଟି ଝିଅ ଅଛନ୍ତି । ସେମାନଙ୍କୁ ବାହା କରି ଦେଇ ତାଙ୍କ ସ୍ବାମୀଙ୍କ ଘରେ ରହୁଛନ୍ତି । ତାଙ୍କ ସ୍ବାମୀଙ୍କ ଦୀର୍ଘ ୮ ବର୍ଷ ହେବ ମୃତ୍ୟୁ ହୋଇ ଯାଇଛି । ଭତ୍ତା ପାଉଛନ୍ତି ଓ ରାସନ ମଧ୍ୟ ମିଳୁଛି । ହେଲେ ରହିବା ପାଇଁ ଘର ଖଣ୍ଡିଏ ନାହିଁ । ଯେଉଁ ଘରେ ବସବାସ କରୁଛନ୍ତି ତାହା ଅତ୍ୟନ୍ତ ଦୟନୀୟ ଅବ‌ସ୍ଥାରେ । ଏଣୁ ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ ତାଙ୍କ ପ୍ରତି ଦୃଷ୍ଟି ଦେଇ ସଦୟ ହୋଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପ୍ରଦାନ କଲେ ବୃଦ୍ଧା ଜଣକ ଉପକୃତ ହୋଇ ପାରିବେ ବୋଲି ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.