ସାଲେଭଟା, (କେପିଏନ୍ଏସ୍) : ସରକାରୀ ପ୍ରାଥମିକ ବିଦ୍ୟାଳୟ ସାଲେଭଟା ଇକୋ କ୍ଲବ ଆନୁକୁଲ୍ୟରେ ୭୨ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିି । ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆଗଲପୁର ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ରୀନା କୁମାରୀ ବେହେରା, ସମ୍ମାନୀତ ଅତିଥି ଭାବରେ ଆଗଲପୁର ଫରେଷ୍ଟର ମଧୁସୂଦନ ଗଡୁଆ, ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ଏବିଇଓ ପ୍ରଭାତ କୁମାର ପାତ୍ର, ଏବିଇଓ ଆଦିତ୍ୟ କୁମାର ବନ୍ଦିଛୋର, ଡେଙ୍ଗ ବିଦ୍ୟାଳୟର ପ୍ରକୃତିବନ୍ଧୁ ଶିକ୍ଷକ ତଥା ଜୁନିଅର ରେଡକ୍ରସ କାଉନ୍ସିଲର୍ ରାମନାରାୟଣ ଦାଶ, ସାମ୍ବାଦିକ ବରାଜନନ୍ଦ ପାଢୀ, ସିଆରସିସି ସଦାନନ୍ଦ ଭୁଏ ଯୋଗଦେଇଥିଲେ । ଜଳବାୟୁ ପରିବର୍ତ୍ତନ ପାଇଁ ବୃକ୍ଷର ମହତ୍ୱ ଅଛି । କରୋନା ମହାମାରୀ ସମୟରେ ଅମ୍ଲଜାନର ଆବଶ୍ୟକତା ସମଗ୍ର ବିଶ୍ୱବାସୀ ବୁଝିପାରିଛନ୍ତି । ତେଣୁ ଆମେ ସମସ୍ତେ ଗଛ ଲଗାଇବା ସହିତ ତା’ର ସୁରକ୍ଷା ନିତାନ୍ତ ଆବଶ୍ୟକ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ପରେ ବଦ୍ୟାଳୟ ପରିସରରେ ଅମୃତଭଣ୍ଡା, ସଜନା, ନିମ୍ବ, ଶାଗୁଆନ, ଦେବଦାରୁ, ଲେମ୍ବ, ପିଜୁଳି, ପଣସ ପ୍ରଭୃତି ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଧରିତ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ଅଳକା ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଥିରେ ପ୍ରକାଶ ଥାଉକି ବିଦ୍ୟାଳୟର ଶିକ୍ଷାଥିମାନଙ୍କ ମଧ୍ୟରେ ଅନଲାଇନ ଦ୍ୱାରା ବନ ମହୋତ୍ସବ ବିଷୟରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଫରେଷ୍ଟ ଗାର୍ଡ ଜ୍ୟୋସ୍ନା ସଲତର, ଶିକ୍ଷୟତ୍ରୀ ଗୁରୁବାରୀ ପଧାନ, ରୁନୁ ପଧାନ, ସିତୟା ପଧାନ, କୁନ୍ତୀ ପଧାନ, କାଂଚନ ହୋତା, ଶିକ୍ଷକ ଗୋବିନ୍ଦ ସାହୁ, ଦଶରଥ ପଟେଲ, ନେତ୍ରାନନ୍ଦ ସାହୁ, ଦୟାନନ୍ଦ ସାହୁ, ସନ୍ତୋଷ କୁମାର ପାଇକ ଚନ୍ଦନ, ରାଜକିଶୋର ମାହାକୁର, ବିଦ୍ୟାଳୟ ପରିଚାଳନା ସଭାପତି ରୁଦ୍ରକାନ୍ତ ମେହେର, ପୂର୍ବତନ ୱାର୍ଡସଭ୍ୟ ବିପ୍ର ଷାଣ୍ଡ, ବିଘ୍ନେଶ୍ୱର କୁମ୍ଭାର. ଅଙ୍ଗନୱାଡି କର୍ମି ବିନୟା ସାହୁ, କୁନ୍ତି ମଟାରୀ, ଅଷ୍ଟମି ମଟାରି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଗୋବିନ୍ଦ ଭୋଇ ପରିଚାଳନା କରିଥିବା ବେଳେ କୁନ୍ତି ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।