ପୁରୀ ବେଳାଭୂମିରେ ବାଲୁକା କଳାରେ ବାଇଡେନ୍ ଓ କମଲା ହାରିସଙ୍କୁ ଶୁଭେଚ୍ଛା

ପୁରୀ, (କେପିଏନ୍‌ଏସ୍‌) : ଆଜି ଶପଥ ନେବେ ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସ । ତେବେ ପୁରୀ ବେଳାଭୂମିରେ ବାଲୁକାକଳାରେ ହ୍ୱାଇଟ୍ ହାଉସ୍, ଆମେରିକାର ଜାତୀୟ ପତାକା ଏବଂ ଜୋ ବାଇଡେନ୍ ଓ କମଲା ହାରିସଙ୍କ ଚିତ୍ରକଳା ନିର୍ମାଣ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏଥିରେ ୧୪ ଟନ ବାଲି ଲାଗିଥିବା ବେଳେ ଏହାର ଲମ୍ବ ୨୦ ଫୁଟ ଓ ଉଚ୍ଚତା ରହିଛି ୭ ଫୁଟ ।

Leave A Reply

Your email address will not be published.