pr

ବଲାଙ୍ଗିର ବିଜେଡି ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ବିଜେଡି ଦଳ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । କରୋନା ସମୟରେ ଲକଡାଉନ ଓ ସଟଡାଉନ ଚାଲିଥିବା ବେଳେ ଆହାର କେନ୍ଦ୍ର ରବିବାର ଦିନ ବନ୍ଦ ରହୁଛି । ତେଣୁ ମେଡିକାଲକୁ ଆସୁଥିବା ରୋଗୀମାନଙ୍କ ସମ୍ପର୍କୀୟ ମାନେ ଭୋକରେ ହଇରାଣ ଯେମିତି ନହେବେ ତାକୁ ଆଖି ଆଗରେ ରଖି ବଲାଙ୍ଗିରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରନ୍ଧାଖ୍ୟା ବଣ୍ଟନ କରାଯାଉଛି । ତଥାପି ସମସ୍ତଙ୍କ ପାଖରେ ପହଞ୍ଚିବା କଷ୍ଟ ହେଉଥିବା ଦେଖି ଆଜି ବଲାଙ୍ଗିର ବିଜୁ ଜନତା ଦଳ ପୁର୍ବତନ ମନ୍ତ୍ରୀ ସାସଂଦ ତଥା ରାଜ୍ୟ ବିଜେଡି ଉପସଭାପତି ଅନଙ୍ଗ ଉଦୟ ସିଂହଦେଓଙ୍କ ନିର୍ଦେଶରେ ପ୍ରତ୍ୟେକ ରବିବାର ରନ୍ଧାଖାଦ୍ୟ ବଣ୍ଟନ କରିବାକୁ ବିଜୁ ଜନତା ଦଳ ନିଷ୍ପତ୍ତି ନେଇ ଆଜିଠାରୁ ରନ୍ଧାଖାଦ୍ୟ ବଣ୍ଟନ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସମସ୍ତ ଯୁବ ଛାତ୍ର ଓ ମହିଳା କର୍ମକର୍ତ୍ତା ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.