ସମଲପୁରୀ ଦିନ ଅଗଷ୍ଟ ୧ ପାଇଁ ସିର୍ଜିନାର ପ୍ରସ୍ତୁତି ବୈଠକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ଠାରେ ଆଖଣ୍ତଳ ଦାଶଙ୍କ ସଭାପତିତ୍ୱରେ ସମଲପୁରୀ ଦିନ ପାଳନ ଅବ୍ୟବହିତ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରସ୍ତୁତି ବୈଠକରେ ସିର୍ଜିନା ସଂପାଦକ ରାଜେନ୍ଦ୍ର କୁମାର ମହାନ୍ତି ସମଲପୁରୀ ଦିନ କିପରି ଆଡମ୍ବର ସହକାରେ ନୃସିଂହନାଥ ପୀଠରେ ପାଳନ କରାଯିବ ସେହି ବିଷୟରେ ଆଲୋଚନା କରିଥିଲେ । ଉକ୍ତ ଦିନ ୨୦୦ ଜଣ କବି ଓ କଳାକାରଙ୍କୁ ସମ୍ମାନିତ କରିବା ବିଷୟ ସେ ପ୍ରକାଶ କରିଥିଲେ । ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ମୁରିବାହାଲ କଲେଜ ଅଧ୍ୟାପକ ଦିଲୀପ ପଶାୟତ ଯୋଗଦାନ କରିବେ ବୋଲି ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ଗନ୍ଧମାର୍ଦ୍ଧନ ସୁରକ୍ଷା ଯୁବ ପରିଷଦର ପ୍ରଯୋଜନା ହେବ ବୋଲି ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା ପ୍ରକାଶ କରିଥିଲେ । ଏହି ଦିନ ନୃତ୍ୟ, ଗୀତ ଓ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀ ସମ୍ବଲପୁରୀ କବିତା ପାଠୋତ୍ସବ ହେବ । ଉକ୍ତ ବୈଠକରେ ନରୋତ୍ତମ ଦାଶ, ପ୍ରେମ ସାଗର ଫୌଜଦାର, ରାଜେନ୍ଦ୍ର ସେଠ, ବିଶ୍ୱନାଥ ସେଠ, ଆରଦ୍ରା ବାଗ, ଲଲିତ ଜଗତ ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ନରୋତ୍ତମ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।