p purohi

ବୋଡସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ବୈଠକ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) :
ବୋଡାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସୁଶ୍ରୀ ଜିତେଶ୍ବରୀ ଦାସ ସଭାପତିତ୍ବ କରିଥିଲେ । ସଂପାଦକ ରାଜେନ୍ଦ୍ର କୁମାର ମହାନ୍ତି ଗତବର୍ଷର ଆୟବ୍ୟୟର ଅଟକଳ ଉପସ୍ଥାପନ କରିଥିଲେ । ସିରଜିନା ପତ୍ରିକାର ଉନ୍ମୋଚନ ଉତ୍ସବ ବିଷୟରେ ଆଲୋଚନା ହୋଇଥିଲା । ପ୍ରତିବର୍ଷ ପରି ଏ ବର୍ଷ ସିରଜିନା ଉତ୍ସବ ପାଳନ କରାଯିବ ବିଷୟ ଆଲୋଚନା ହୋଇ ନଭେମ୍ବର ମାସରେ ପାଳନ କରିବାକୁ ସ୍ଥିର କରାଗଲା । ପ୍ରତି ମାସର ପ୍ରଥମ ରବିବାରରେ ଅନୁଷ୍ଠାନର ବୈଠକ ହେବ ବୋଲି ଆଲୋଚନା କରାଯାଇଛି । ଉପ ସଭାପତି ସୁଶ୍ରୀ ପଙ୍କଜିନୀ ପ୍ରଧାନ, ଯୁଗ୍ମ କୋଷାଧ୍ୟକ୍ଷ ସଙ୍କର ଶତପଥୀ, ସାଂସ୍କୃତିକ ସଂପାଦକ ସୁଶାନ୍ତ ମହାପାତ୍ର, ଅଙ୍କିତ ବନଛୋର, କବି ଭୀଷ୍ମଦେବ ସାହୁ, ଓମ୍ ପ୍ରକାଶ ସାହୁ( ନୀଲୁ ), ଅଶୋକ ସାହୁ, ପ୍ରିୟ ରଞ୍ଜନ ରଣା, କୈଲାସ କୁମ୍ଭାର, ଯୁଗୀନ୍ଦ୍ର ମେହେର, ମାନ ଭଂଜନ ପୁରୋହିତ ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ସୁଶାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.