jayashree

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ରାଜେନ୍ଦ୍ର ଆଲୁମ୍ନିର ବାର୍ଷିକ ସାଧାରଣ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁଆରୀ ୩୦ ରବିବାର ପୂର୍ବାହ୍ନ ୧୦.୩୦ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ରାଜେନ୍ଦ୍ର ଆଲୁମ୍ନିର ବାର୍ଷିକ ସାଧାରଣ ବୈଠକ ଆହୂତ ହୋଇଛି । ଗତ ୨୯ ଡିସେମ୍ବର ବୁଧବାର ସନ୍ଧ୍ୟାରେ ଆଲୁମ୍ନି ସଭାପତି ଡ.ଅଭିମନ୍ୟୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଉକ୍ତ ବାର୍ଷିକ ସାଧାରଣ ବୈଠକରେ ଆୟବ୍ୟୟର ବିବରଣୀ ଉପସ୍ଥାପନ ହେବା ସହ ‘ମୋ କଲେଜ’ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ ହେବ । ଏହି ସଭାରେ ପୁରାତନ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଆଲୁମ୍ନି ପକ୍ଷରୁ ସାଧାରଣ ସମ୍ପାଦକ ଅରବିନ୍ଦ ଦାସ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.