ଆଶ୍ରୟ ସ୍ଥଳୀ ସାଜିଛି ପାଇଖାନା ଘର

ବରଗଡ, (ନିରୋଜ କୁମାର ପାଣୀ) : ଘର ନାହିଁ, ଜୀବନ ଚାଲିଛି ଛୋଟ ପାଇଖାନା ଭିତରେ, ଦୁଇବର୍ଷ ହେବ ଏକ ପାଇଖାନା ଘରେ ଜୀବନ ବିତାଉଛନ୍ତି ନିରାଶ୍ରୟ ମନ୍ଥରା ବରିହା । ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ, ରୁଚିଦା ଗ୍ରାମପଞ୍ଚାୟତ ବରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଗରିବ, ଅସହାୟ ଏବଂ ନିରାଶ୍ରିତଙ୍କ ପାଇଁ ପ୍ରଣୟନ ହୋଇଥିବା ବେଳେ ବରା ଗ୍ରାମର ଗରିବ, ନିରାଶ୍ରିତ ଓ ଏକାକୀ ଜୀବନଯାପନ କରୁଥିବା ମନ୍ଥରା ବରିହାଙ୍କ କ୍ଷେତ୍ରରେ ଏମିତି ହୋଇନାହିଁ । ବର୍ତ୍ତମାନର ଆଧୁନିକ ତଥା ବିଜ୍ଞାନ ଯୁଗରେ ବି ଜଣେ ନିରାଶ୍ରିତ ବ୍ୟକ୍ତି ଗୋଟାଏ ଛୋଟ ପାଇଖାନା ଭିତରେ ଦୁଇ ବର୍ଷ ଧରି ଜୀବନ ଅତିବାହିତ କରିବା ନିଶ୍ଚିତରେ ଅତ୍ୟନ୍ତ ଲଜ୍ୟାଜନକ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ପ୍ରଶାସନ ପାଇଁ । ତୁରନ୍ତ ନୂତନ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.