oom

କରୁଆଁଝରର ଆକ୍ରାନ୍ତଙ୍କୁ ମୁରସିଂର ବୋଲି ଘୋଷଣା ପରେ ଅସନ୍ତୋଷ ମୁରସିଂ ଗାଁଲୋକେ

jsmm

ଦେଓଗାଁ, (ମନିଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଲକ ଅନ୍ତର୍ଗତ କୁତୁର୍ଲା ପଞ୍ଚାୟତ ମୁରସିଂ ଗାଁରୁ ଓ ମୁକୁନ୍ଦପୁର ପଞ୍ଚାୟତ ବନ୍ଧପାଲି ଗାଁରୁ ଜଣେ ଲେଖାଏଁ ମୋଟ ୨ ଜଣଙ୍କ କରୋନା ପଜିଟିଭ୍ ହୋଇଥିବା ସରକାରୀ ରିପୋର୍ଟ ଆସିଥିଲା। ଏହାକୁ ନେଇ ଖବର ପ୍ରକାଶ ପାଇବ ପରେ ମୁରସିଂ ଗାଁର ଲୋକମାନେ ସୋମବାର ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ତାଙ୍କ ଗାଁର ନୁହେଁ ବୋଲି କହିବା ସହ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ. ସୁରେନ୍ଦ୍ର ପରକିଆଙ୍କୁ ପଚାରିବାରୁ କରୋନା ପଜିଟିଭ୍ ଆସିଥିବା ବ୍ୟକ୍ତି ଜଣକ ବଡବନ୍ଧ ପଞ୍ଚାୟତ ଅନ୍ତର୍ଗତ କରୁଆଁଝର୍ ଗାଁର କିନ୍ତୁ ମୁରସିଂ ଗାଁରେ ତାଙ୍କ କରୋନା ପରୀକ୍ଷା କରା ଯାଇଥିବାରୁ ଏଭଳି ତ୍ରୁଟି ହୋଇଥିଲା ବୋଲି କହିଛନ୍ତି।
ଦେଓଗାଁ ବ୍ଲକରେ ମଙ୍ଗଳବାର କୌଣସି କରୋନା ବ୍ୟକ୍ତି ଚିହ୍ନଟ ହୋଇ ନ ଥିବା ବେଳେ ସୋମବାର ୨ ଜଣ ଚିହ୍ନଟ ହେବା ପରେ ଦେଓଗାଁ ବ୍ଲକର କରାେନା ଆକ୍ରାନ୍ତଙ୍କ ଆଜି ପର୍ୟ୍ୟନ୍ତ ମୋଟ ସଂଖ୍ୟା ୧୨ ରହିଛି। ସୋମବାର ପୂର୍ବରୁ ଚିହ୍ନଟ ହୋଇଥିବା ୧୦ଜଣ ବ୍ୟକ୍ତି :- କୁଲୁତାପଡା ପଞ୍ଚାୟତ କୁମୁରିଆରୁ ୧, ଉପରଝରରୁ ୧, ମୁରସିଂରୁ ୧, ଜରାସିଂହାରୁ ୨, ଚନ୍ଦ୍ରପୁରରୁ ୩ ଓ ବନ୍ଧପାଲିରୁ ୨ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ ଆସିଥିଲା।

jittmm
Leave A Reply

Your email address will not be published.