୧୯ରେ ପୁଣି ଏକ ଲଘୁଚାପ : ୨୩ ଯାଏଁ ବର୍ଷିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଙ୍ଗୋପସାଗରରେ ଆସନ୍ତା ୧୯ରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ ଏବଂ ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ଆସନ୍ତା ୨୪ ଘଂଟା ମଧ୍ୟରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ସହ ବଜ୍ରପାତର ମଧ୍ୟ ସମ୍ଭାବନା ରହିଥିବା ସୂଚନାରେ କୁହାଯାଇଛି । ୨୦ ତାରିଖରେ ମଧ୍ୟ ଅନୁରୂପ ବର୍ଷା ଲାଗି ରହିପାରେ ତଥା ବଜ୍ରପାତର ସମ୍ଭାବନା ରହିଥିବା ନେଇ ରିପୋର୍ଟ ଦିଆଯାଇଛି । ତେବେ ୨୩ ଯାଏଁ ଏଭଳି ବର୍ଷା ଲାଗି ରହିପାରେ ବୋଲି ମଧ୍ୟ ସୂଚନା ଦିଆଯାଇଛି ।

Leave A Reply

Your email address will not be published.